ଆଇଆଇସି ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା : ଫରେନସିକ ଲ୍ୟାବକୁ ଗଲା ୨ଟି ଜବତ ମୋବାଇଲ

କଟକ, (ଓ୍ବାଇଏନଏସ): ଆଇଆଇସି ମୋବାଇଲ ଫୋନ ଖୋଲିବ ଗୁମର। ବ୍ୟୁଟି ମହାନ୍ତି ମୃତ୍ୟୁକୁ ନେଇ ଏବେବି ରହସ୍ୟ ଲାଗିରହିଛି। ଆତ୍ମହତ୍ୟା ପଛର ସସପେନ୍ସର ପର୍ଦ୍ଦାଫାସ ହୋଇପାରିନାହିଁ। ସେପଟେ ଆଇଆଇସିଙ୍କ ଦୁଇଟି ମୋବାଇଲ ଫୋନକୁ ପୁଲିସ ଜବତ୍ କରି ଫରେନସିକ ଲ୍ୟାବକୁ ପଠାଇଛି। ମୋବାଇଲରୁ ଆତ୍ମହତ୍ୟା ପଛର କିଛି ତଥ୍ୟ ମିଳିପାରେ। ଏପରିକି ତାଙ୍କର ସୋସିଆଲ ମିଡିଆ ଏବଂ ହ୍ବାଟ୍ସଆପ୍ ଚାଟରୁ କିଛି ତଥ୍ୟ କାଢ଼ିବାକୁ ପୁଲିସ ଉଦ୍ୟମ କରୁଛି । ମୃତ ଆଇଆଇସିଙ୍କୁ ସ୍ବାମୀ, ଭଉଣୀ, ଦେଢ଼ସୁର ପରିବାର ପରିଜନଙ୍କୁ ପଚରା ଉଚରା କରାଯାଇଛି। ଖୁବ୍ ଶୀଘ୍ର ପୋଷ୍ଟ ମର୍ଟମ ରିପୋର୍ଟ ଦେବାକୁ କୁହାଯାଇଛି । ସେପଟେ ଓଡ଼ିଶା ପୁଲିସ ଅଫିସର ସଂଘ ଆଇଆଇସି ଆତ୍ମହତ୍ୟା ପଛରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। ୩୦ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ଦାବି କରୁଚି ସଂଘ। ନିରପେକ୍ଷ ତଦନ୍ତ ଦାବି କରିଛି ସଂଘ। କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ନିରପେକ୍ଷ, ସ୍ୱଚ୍ଛ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ପୁଲିସ ଅଫିସର ସଂଘ। ପ୍ରେସମିଟ କରି ରାଜ୍ୟ ସରକାର, ଡିଜିପିଙ୍କ ନିକଟରେ ଦାବି ରଖିଲା ସଂଘ। ୩୦ ଦିନରେ ତଦନ୍ତ କରି ରିପୋର୍ଟ ସାର୍ବଜନୀନ କରିବାକୁ କହିଛି ସଂଘ । ନିରପେକ୍ଷ ତଦନ୍ତ ହିଁ ତାଙ୍କ ଆତ୍ମାକୁ ଶାନ୍ତି ଦେବ ବୋଲି କହିଛନ୍ତି ସଂଘର ସଭାପତି ଅସିତ କୁମାର ଜେନା। ଆଇଆଇସି ବିୟୁଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ପରେ ପୋଲିସ ବିଭାଗରେ ଚାଞ୍ଚଲ୍ୟ ଖେଳିଯାଇଛି। ଥାନା ପରିସରରେ ଥିବା ସରକାରୀ ବାସଭବନର ଉପର ମହଲାରୁ ଗତକାଲି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା ପୁଲିସ । ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିବା ସହ ଘଟଣାର ତଦନ୍ତ ଜାରି ରହିଛି। ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ହୋଇପାରିନାହିଁ। ପୋଲିସ ପକ୍ଷରୁ ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି। ମାନସିକ ସ୍ତରରେ ଦୃଢ ଥିବା ବିୟୁଟି, କିଛି ସମସ୍ୟା ଭିତରେ ଥିବା କେବେ ଜଣାପଡିନାହିଁ ।ଆଇନର ପରିସରରେ ତାଙ୍କର କାମ ଶୈଳୀକୁ ସମସ୍ତେ ପସନ୍ଦ କରନ୍ତି । କେଉଁଭଳି ସ୍ଥିତିରେ ଏଭଳି ଅଘଟଣ ଘଟିଲା, ସେ ନେଇ ପ୍ରଶ୍ନ ଉଠାଇଛନ୍ତି ମୃତ ଆଇଆଇସି ବ୍ୟୁଟିଙ୍କ ସ୍ବାମୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ