କଳାକାରଙ୍କୁ ନିୟମିତ ଭତ୍ତା ପ୍ରଦାନ ପାଇଁ ଦାବି

କଣାସ, (ପାହାନ୍ତା ସିଂହ ଅଜଂଳୀ ସାହୁ):ପୁରୀ ଜିଲ୍ଲା କଣାସ ବ୍ଲକ୍ ଦୋକନ୍ଦା ନୀଳକଣ୍ଠେଶ୍ୱର ଦେବଙ୍କ ପୀଠରେ କଣାସ ବ୍ଲକ୍ ବିଭିନ୍ନ ପଞ୍ଚାୟତର ଶତାଧିକ କଳାକାରଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଶ୍ୟାମ ସୁନ୍ଦର ବଡ଼ଜେନା ଅଧ୍ୟକ୍ଷତା କରିଥିବା ବେଳେ ପ୍ରଭାକର ପଶ୍ଚିମକବାଟ ସମ୍ପାଦନା କରିଥିଲେ ।ଉକ୍ତ ବୈଠକରେ ସରକାରଙ୍କ ପକ୍ଷରୁ କଳାକାରମାନଙ୍କୁ ଦୁଇ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯାଉଥିବା ବେଳେ ଏହା ନିୟମିତ ମିଳୁନଥିବା କଳାକାରମାନେ ଅଭିଯୋଗ କରିଛନ୍ତି ।ନୂତନ ସରକାର ଆସିବା ପରେ କଳାକାର ମାନଙ୍କୁ ମୋଟ ତିନି ହାଜାର ଟଙ୍କା ଦେବାପାଇଁ ଘୋଷଣା କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ ବୋଲି ମଧ୍ୟ ଅଭିଯୋଗ ହୋଇଛି ।ଯାହା ଫଳରେ କଳାକାର ମାନେ ଦୁର୍ଦ୍ଦିନରେ ଦିନ କାଟୁଥିବା କହିଛନ୍ତି ।ସେପଟେ କଳାକାର ମାନେ ସମାଜର କଳା,ସଂସ୍କୃତି,ଐତିହ୍ୟ ଓ ପରମ୍ପରାକୁ ଉଜ୍ଜୀବିତ କରି ବୟସର ଅପରାହ୍ନରେ ପହଞ୍ଚିବା ପରେ ନିୟମିତ ଭତ୍ତା ନମିଳିବାଯୋଗୁ ଅନେକ କଳାକାର କ୍ଷଭ ପ୍ରକାଶ କରିଛନ୍ତି ।ତୁରନ୍ତ ସରକାର କଳାକାରମାନଙ୍କୁ ନିୟମିତ ଭତ୍ତା ପ୍ରଦାନ ପାଇଁ କଳାକାରମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ