ଧର୍ମ ପରାୟଣା ମହିଳାଙ୍କ ପରଲୋକ
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ରବିବାର ଦିନ ସମ୍ବଲପୁର ଗୋପାଳମାଳ- ମୈତ୍ରୀ ନଗର ନିବାସୀ ସ୍ଵର୍ଗତ ବନମାଳୀ ହୋତାଙ୍କ ଧର୍ମପତ୍ନୀ ପ୍ରତିଭା ହୋତା ଙ୍କ ୬୯ ବର୍ଷ ବୟସରେ ୧୫ ତାରିଖ ରବିବାର ରାତ୍ର ୧୦.୪୫ ରେ ପରଲୋକ ଘଟିଛି । ମୃତ୍ୟୁ ସଜ୍ୟା ନିକଟରେ ଦୁଇ ପୁଅ- ବଧୂ ପ୍ରବୀଣ – ଅନୁରାଧା, ସିଦ୍ଧାର୍ଥ- ପ୍ରୀୟଙ୍କା ଏବଂ ଝିଅ ମାନସୀ ଜ୍ବାଇଁ ଶୁଭ୍ରା଼ଂସୁ ଓ ନାତି ନାତୁଣୀ ପରିବାର ବର୍ଗ ଉପସ୍ଥିତ ଥିଲେ । ସେ ଜଣେ ଧର୍ମ ପରାୟଣା ମହିଳା ତଥା ମେଳାପି ହୋଇ ଥିବାରୁ ପଡା ବାସୀ ତଥା ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଆସି ଅନ୍ତିମ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ! ସମ୍ବଲପୁର ଦୂର୍ଗାପାଲି ସ୍ଥିତ ସ୍ଵର୍ଗଦ୍ଵାର ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ବଡ଼ ପୁଅ ପ୍ରବୀଣ ମୁଖାଗ୍ନି ଦେଇଥିଲେ । ସ୍ବର୍ଗତା ପ୍ରତିଭା ଦେବୀଙ୍କ ମୃତ୍ୟୁ ରେ ସମ୍ବଲପୁର ଗୋପାଳମାଳ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।