୪୯୮ ଜଣ ନୂତନ ହିତାଧିକାରୀ ଙ୍କୁ ବିଧାୟକଙ୍କ ଦ୍ୱାରା ଭତା ବଟଂନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଛତ୍ରପୁର ବ୍ଲକ ପରିସରରେ ଭତା ବଟଂନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସର୍ବଦା ସାମାଜିକ ସୁରକ୍ଷା ଯୋଜନା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ସମସ୍ତ ଯୋଜନା ମଧ୍ୟରେ ଭତା ଗୋଟିଏ ମୁଖ୍ୟ ଯୋଜନା ଅଟେ ବୋଲି ବିଧାୟକ ମତପୋଷଣ କରିବା ସହ ଯେପରି ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରେ ବାଦ ପଡିବେ ନାହିଁ ସେ ଉପରେ ବିଧାୟକ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ସମୁଦାୟ ୪୯୮ଜଣକୁ ଭତା ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ କିରଣ କୁମାରୀ ଦାଶ, ଉପାଧ୍ୟକ୍ଷା ଏସ୍‌.ସାରଦା ରେଡି, ଭାରପାପ୍ତ ବିଡିଓ ଜୟଶ୍ରୀ ନାୟକ ଙ୍କ ସମେତ ଜନପ୍ରତିନିଧି ଏବଂ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜଗନ ମୋହନ ସେନାପତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ