ରାଧାରାଣୀ ବିହାରରେ ନବବର୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ୱାର୍ଡ ନଂ ୮ ରାଧାରାଣୀ ବିହାର ଠାରେ ଅବସ୍ଥିତ ଗଣେଶ ବେହେରାଙ୍କ ବାସଭବନରେ ରାଧାରାଣୀ ବିହାର ଉନ୍ନୟନ କମିଟି ପକ୍ଷରୁ ଇଂରାଜୀ ନବବର୍ଷ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ସର୍ବଶ୍ରୀ କୃଷ୍ଣ ଚନ୍ଦ୍ର ଦାଶ, କାହ୍ନୁ ଚରଣ ଦାଶ, ଶରତ ନାଏକ, ହରେକୃଷ୍ଣ ସାହୁ, ବିନୋଦ ବିହାରୀ ଦାଶ, ଗଣେଶ ବେହେରା ଆଦି ଉପସ୍ଥିତ ରହି ନିଜ ନିଜ ମତାମତ ଉପସ୍ଥାପନ କରିଥିଲେ ।ଶେଷରେ ତୁଳସୀ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।


