୩ ଫୁଟର ନାଗ ସାପ ଉଦ୍ଧାର
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରାସିଂ ବନାଞ୍ଚଳ ଅଧୀନ ନୂଆସାହି ବିଟ୍ ର ମଶାବାଡ଼ି ଗ୍ରାମ ହରିଜନ ସାହି ଶିବ ନାଇକ ଙ୍କ ଘର ଭିତରୁ ୩ ଫୁଟ ଲମ୍ବ ବିଶିଷ୍ଟ ଏକ ନାଗ ସାପକୁ ଉଦ୍ଧାର କରିଛି ବନ ବିଭାଗ। ସୂଚନା ମୁତାବକ ଗତ କାଲି ରାତିରେ ଶିବ ନାଇକ ଙ୍କ ଘର ଲୋକ ଖାଇବା ପାଇଁ ରୋଷେଇ ଘରକୁ ଯାଇଥିଲେ। ହଠାତ ଅଜବ ଶବ୍ଦ ଶୁଣିବାକୁ ମିଳିଥିଲା। ପରେ ନାଗ ସାପଟି କୁ ଦେଖିବା ପରେ ସେ ବନ ବିଭାଗ କୁ ଖବର ଦେଇଥିଲେ। ଯାହାଦ୍ବାରା ବନପାଳ ଜି.ଅଵ୍ୟକ୍ତାନନ୍ଦ ସ୍ବାମୀ ଙ୍କ ନେତୃତ୍ୱରେ ସ୍କ୍ୱାର୍ଡ କର୍ମଚାରୀ ପପୁ ଗୌଡ଼, ମାନସ ଦଳବରା, କାର୍ତ୍ତିକ ସାହୁ, ଏବଂ ମିଥୁନ ରାଉତ ସେଠାରେ ପହଞ୍ଚି ନାଗ ସାପ ଟି କୁ କାବୁ କରି ନିକଟସ୍ଥ ଜଙ୍ଗଲ ରେ ଛଡା ଯାଇଥିବା ବନାଞ୍ଚଳ ଅଧିକାରୀ ଅରୁଣ କୁମାର ପ୍ରଧାନ କହିଛନ୍ତି।


