ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ସ୍ବାସ୍ଥ୍ୟ ଶିବିର ଓ ସ୍ବାସ୍ଥ୍ୟ ବୀମା କାର୍ଯ୍ୟକ୍ରମ

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଶୁକ୍ରବାର ଦିନ ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ସଭାପତି ପ୍ରମୋଦ ଝାଙ୍କର ଙ୍କ ସଭାପତିତ୍ବରେ ଏକ ସ୍ବାସ୍ଥ୍ୟ ଶିବିର ଓ ସ୍ବାସ୍ଥ୍ୟ ବୀମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ! ସ୍ବାସ୍ଥ୍ୟ ଶିବିର ରେ ପ୍ରାୟ ୫୦ ଜଣ ବରିଷ୍ଠ ନାଗରିକ ସଦସ୍ୟ/ ସଦସ୍ୟା ଯୋଗଦେଇ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହିତ ଡାକ୍ତର ସୂର୍ଯ୍ୟକାନ୍ତ ବେହେରା ଙ୍କ ଠାରୁ ଔଷଧ ଓ ପରାମର୍ଶ ଗ୍ରହଣ କରିଥିଲେ ! ସଂଘ ପ୍ରସ୍ତାବ ଅନୁସାରେ ଆମ ସଭ୍ୟମାନଙ୍କୁ ତାଙ୍କ କ୍ଲିନିକ ରେ ସ୍ୱତନ୍ତ୍ର ସୁବିଧା ଦେବାକୁ ମଧ୍ୟ ଡ଼ାକ୍ତର ବେହେରା ଅତି ଆଦରର ସହିତ ରାଜି ହୋଇଥିଲେ I ଡାକ୍ତର ବେହେରା ଙ୍କୁ ଗଣେଶ ଭୋଇ ଓ ହେମନ୍ତ ସାହୁ ସହଯୋଗ କରିଥିଲେ !ଏହା ସହିତ କେୟାର ସ୍ବାସ୍ଥ୍ୟ ବୀମା କାର୍ଯ୍ୟକ୍ରମ ରେ ସୁମିତ ରଞ୍ଜନ ମହାନ୍ତି ଓ ହୃଷୀକେଶ ମିଶ୍ର ଯୋଗଦେଇ ବରିଷ୍ଠ ମାନଙ୍କ ପାଇଁ କେଉଁ ବୀମା କଲେ ଉପକୃତ ହେବେ ସେ ସମ୍ପର୍କରେ ବିଶଦ ଭାବେ ବୁଝାଇଥିଲେ !ଏହି ସବୁ କାର୍ଯ୍ୟକ୍ରମ ରେ ସର୍ବଶ୍ରୀ କେଦାର ମିଶ୍ର, ଗୋବିନ୍ଦ ଦାଶ, ନିର୍ମଳ କିଶୋର କର, ପ୍ରଶନ୍ନ ପ୍ରଧାନ,ଶୁଶିଲ ମହାପାତ୍ର,ପ୍ରସନ୍ନ ପ୍ରଧାନ,ତୁଳସୀ ଦାଶ, ଗୈାରଚନ୍ଦ୍ର କର, ପ୍ରଦୀପ ସାହୁ, ସ୍ବାଧିନ ମହାରଣା,ସାଧୁ ଚରଣ ଦାଶ ତାନସେନ ସରାଫ, ଲମ୍ବୋଦର ମିଶ୍ର, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ଚନ୍ଦ୍ର ଶେଖର ସାହୁ, ଲୋକନାଥ ଆଚାର୍ଯ୍ୟ,ବିରେନ୍ଦ୍ର ମିଶ୍ର,ମହୁରିଆ ପ୍ରଧାନ,ଆଦି ଯୋଗଦେଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ ।ଏହା ପୂର୍ବରୁ ଡାକ୍ତର ସୂର୍ଯ୍ୟକାନ୍ତ ବେହେରା ଓ ବୀମା କମ୍ପାନୀରୁ ଆସିଥିବା ଶ୍ରୀ ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା !ଶେଷରେ ସଂପାଦକ ଗୋବିନ୍ଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ