ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ  ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିବା ବେଳେ ଚାଷୀ ଉପଯୁକ୍ତ ପ୍ରାପ୍ୟ ପାଉଥିବା ନେଇ ପଚାରି ବୁଝିଥିଲେ

ନୂଆପଡା, (ଯୁଗାବ୍ଦ ନ୍ୟୁଜ):ନୂଆପଡ଼ା ଜିଲ୍ଲା କୁ ଗସ୍ତରେ ଓଡ଼ିଶା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଳୀଙ୍ଗ ଆସି ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିବା ବେଳେ ଚାଷୀ ଉପଯୁକ୍ତ ପ୍ରାପ୍ୟ ପାଉଥିବା ନେଇ ବୁଝିଥିଲେ। ସେ ବେଲଟୁକର, ଡୁମେରପାଣି, ସରାବଙ୍ଗ ଆଦି ମଣ୍ଡି ପରିଦର୍ଶନ କରିଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରସ୍ତୁତି ଠିକ କରିଥିବା କହିଥିଲେ। ଦୀର୍ଘ ୭୭ ବର୍ଷ ପରେ ଚାଷୀଙ୍କ ମୁଁହ ରେ ହସ କେବଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାର ହିଁ ଫୁଟାଇ ପାରିଛି ବୋଲି ପ୍ରକାଶ କରିଛନ୍ତି। ଚାଷୀଙ୍କୁ ୩୧୦୦ ଟଙ୍କା ଧାନ କ୍ୱିଣ୍ଟଲ ପ୍ରଦାନ କରାଯାଉଥିବା ବେଳେ ତାହା ପ୍ରକୃତ ରେ ଚାଷୀ ପାଖାକୁ ପହଞ୍ଚିଛି କି ନାହିଁ ପଚାରିବା ପାଇଁ ଆସିଥିଲେ ବୋଲି ଉଲ୍ଲେଖ କରିଥିଲେ। ଜିଲ୍ଲା ରେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୯୧ ହଜାର କୁଇଣ୍ଟାଲ ଧାନ କ୍ରୟ ହୋଇଅଛି। ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ଏକ ସପ୍ତାହ ମଧ୍ୟରେ ମିଳୁଥିବା ବିଭାଗ ପକ୍ଷ ରୁ ପ୍ରକାଶ କରିଛନ୍ତି। ଚାଷୀ ମାନଙ୍କ ମାନ୍ୟବର ମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । କାରଣ ଚାଷୀ ମାନେ ଚଳିତ୍ ବର୍ଷ ସରକାର ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଚାଷୀ ଧନ୍ୟବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ