ଜାତୀୟ ସ୍ତରୀୟ ବିଜ୍ଞାନ ମେଳା ପାଇଁ ଚିତ୍ରକୋଣ୍ଡା ଛାତ୍ରୀ ମନୋନୀତ

ଚିତ୍ରକୋଣ୍ଡା,(ବିମଲ କିଶୋର ମିଶ୍ର):ଚିତ୍ରକୋଣ୍ଡା ଭଳି ଏକ ଦୁର୍ଗମ ବନ ପାହାଡ଼ ଘେରା ବ୍ଲକର ଶିକ୍ଷାକ୍ଷେତ୍ରରେ ଆଲୋକ ଭଳି ସାଜିଛନ୍ତି ଆରଏସସି-06 ସରକାରୀ ଉଚ୍ଚବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀର ଛାତ୍ରୀ କୁମାରୀ ଲଳିତା ଖିଲ l ପ୍ରଥମ ଥର ପାଇ ରାଜ୍ୟସ୍ତରୀୟ ବିଜ୍ଞାନ ମେଳରେ ଜାତୀୟ ସ୍ତରରେ ମନୋନୀତ ହୋଇ ସମଗ୍ର ମାଲକାନଗିରି ଜିଲ୍ଲା ପାଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି l ଗତ ତା -18-12-24 ରିଖ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୋଟ 210 ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲେ l ସେଥିରୁ 28 ଟି ପ୍ରକଳ୍ପ କୁ ଜାତୀୟ ସ୍ତରକୁ ମନୋନୀତ କରାଯାଇଥିଲା l ଲଳିତାଙ୍କ ପ୍ରକଳ୍ପ ବିପର୍ଯ୍ୟୟ ପରିଚାଳନା ବିଷୟ ବସ୍ତୁ ଉପରେ ଆଧାରିତ ଥିଲା l ତାଙ୍କ ପ୍ରକଳ୍ପ ର ନାମ “ନିରାପଦ ଡ଼ଙ୍ଗା ” ବା “ସେଫଟି ବୋଟ” ତାଙ୍କର ଏହି ସଫଳତା ପଛରେ ବିଶେଷ ଭାବରେ ସହାୟକ ଶିକ୍ଷକ ରୂପେ ଶ୍ରୀ ଦେବବ୍ରତ ଦାସ ପଟ୍ଟନାୟକ, ପ୍ରଧାନ ଶିକ୍ଷକ ଡମ୍ବରୁ ଧର ଗୋଲାରୀ ଓ ସ୍ୱତନ୍ତ୍ର ଭାବରେ ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ସୁ ଶ୍ରୀ ଗାୟତ୍ରୀ ଦେବୀଙ୍କ ସହଯୋଗ ଓ ପ୍ରେରଣା ରହିଥିବା ଜଣା ପଡିଛି l ଏ ଖବର ସମଗ୍ର ଅଞ୍ଚଳ ତଥା ମାଲକାନଗିରି ଜିଲ୍ଲା ରେ ଖୁସିର ଲହରୀ ଖେଳାଇ ଦେଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ