ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଯୋଗେଶ୍ୱରପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ଚତୁବିଂଶ ତମ ବାର୍ଷିକ ଉତ୍ସବ ବିଦ୍ୟା ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମଙ୍ଗଳା ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଗାଳ୍ପିକ ଓ କଥାକାର ଡକ୍ଟର ଅଶୋକ କୁମାର ତ୍ରିପାଠୀ , ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତି ଓଡିଶା ର ଯୁଗ୍ମ ସମ୍ପାଦକ ଉମେଶ ଚନ୍ଦ୍ର ଦାଶ , ସମ୍ନାନିତ ଅତିଥି ଭାବେ ରାଜ୍ୟପାଳ ପୁରସ୍କୃତ ପାଇଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପରିଡା , ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଅନୁଷ୍ଠାନ ର ସଭାପତି ପ୍ରସନ୍ନ କୁମାର ସ୍ୱାଇଁ ,କାକଟପୁର ସଙ୍କୁଳ ପ୍ରମୁଖ ସୁରେନ୍ଦ୍ରନାଥ ମାଣିକ ପ୍ରମୁଖ ଯୋଗଦେଇ ଭାରତ ମାତା ଓ ସରସ୍ୱତୀ ଙ୍କ ଫଟୋଚିତ୍ର ସମ୍ମୁଖ ରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି ଉତ୍ସବରେ ଅନୁଷ୍ଠାନ ର ସମ୍ପାଦକ ମାନସ କୁମାର ସାହୁ ସ୍ଵାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଭିମସେନ ରାୟ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଶିକ୍ଷା ଶୈଳୀ ସହିତ ରାଷ୍ଟ୍ରୀୟ ମାର୍ଗ ଓ ଡିଜିଟାଲ ଜ୍ଞାନ କୌଶଳ ଶିକ୍ଷା କୁ ମଞ୍ଚାସିନ ଅତିଥି ମାନେ ବକ୍ତବ୍ୟ ରେ ଉଚ୍ଚ ପ୍ରଶଂସା କରିଥିଲେ । ପରେ ଅତିଥି ମାନଙ୍କ ଦ୍ୱାରା ବିଦ୍ୟୁତ ପରିଷଦ ସଭ୍ୟ ପ୍ରାଣବନ୍ଧୁ ଦଳାଇ ସହିତ ଅନୁଷ୍ଠାନ ର ଗୁରୁଜୀ ଗୁରୁମା ଙ୍କୁ ସମ୍ନାନିତ କରାଯାଇଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସଭା ଶେଷରେ ଅନୁଷ୍ଠାନ ର କୋଷାଧ୍ୟକ୍ଷ ବିମଳକାନ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ,ସଙ୍ଗୀତ ପରିବେଷଣ କରାଯାଇଥିଲା । ଉକ୍ତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ପୂର୍ବତନ ସମ୍ପାଦିକ ପ୍ରମୋଦ କୁମାର ଦାସ ଙ୍କ ସହିତ ଗୁରୁଜୀ ,ଗୁରୁମା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ। ଶିଶୁ ବିଦ୍ୟା ମନ୍ଦିର ର ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଉକ୍ତ ଉତ୍ସବ ରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ