କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସରକାରୀ ସହାୟତା ପ୍ରଦାନ ଦାବି
ପୁରୀ,(ସନ୍ତୋଷ କୁମାର ଦାଶ):ଅଦିନିଆ ବର୍ଷା ଯୋଗୁଁ ପୁରୀ ଜିଲ୍ଲା ରେ ଧାନ ଚାଷ ଠାରୁ ଆରମ୍ଭ କରି ପନିପରିବା ଫସଲ ପର୍ଯ୍ୟନ୍ତ ବିପୁଳ କ୍ଷତି ଘଟିଛି । ସରକାର ଙ୍କ ପକ୍ଷରୁ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ ସହିତ ଫସଲ ବୀମା ରାଶିକୁ ତୁରନ୍ତ ପ୍ରଦାନ କରିବା ଉଦ୍ଦେଶ୍ୟ ରେ ପୁରୀ ଜିଲ୍ଲା ବିଜୁ ଜନତା ଦଳର ଶୀର୍ଷ ନେତୃତ୍ୱ ମାନେ ପୁରୀ ଜିଲ୍ଲାପାଳ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି,କାକଟପୁର ବିଧାୟକ ତୁଷାର କାନ୍ତି ବେହେରା,ନିମାପଡା ନିର୍ବାଚନମଣ୍ଡଳୀ ବିଜେଡ଼ି ପର୍ଯ୍ୟବେକ୍ଷକ ସୁବ୍ରତ କୁମାର ଛାଟୋଇ,ପିପିଲି ର ପୂର୍ବତନ ବିଧାୟକ ରୁଦ୍ର ମହାରଥୀ, ବ୍ରହ୍ମଗିରି ର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା, ସତ୍ୟବାଦୀ ର ପୂର୍ବତନ ବିଧାୟକ ଉମା ସାମନ୍ତରାୟ ପ୍ରମୁଖ ଙ୍କ ନେତୃତ୍ୱ ରେ ଶତାଧିକ ବିଜେଡ଼ି କର୍ମୀ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ।