ସାଧନା ବିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡା ଉଦ୍‌ଘାଟିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକସ୍ଥିତ ସାଧନା ବିଦ୍ୟା ମନ୍ଦିରର ୧୯ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଗାୟକ ନିଶାକର ନବ କୁମାର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଗମ୍ବର ସେଠୀ, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ସିଆରସିସି ବାବାଜି ଚରଣ ଦଳେଇ, ଅବସରପ୍ରାପ୍ତ ଶିକ୍ଷକ ହୃଷିକେଶ ବାରିକ, ବିଦ୍ୟାଳୟର ପ୍ରତିଷ୍ଠାତା ପଦ୍ମଲୋଚନ ବାରିକ, ସାମ୍ବାଦିକ ହରି ନାରାୟଣ ମହାନ୍ତି ପ୍ରମୁଖ ଯୋଗ ଦେଇ କ୍ରୀଡା ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବୋଧରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ମାନଙ୍କ ମଧ୍ୟରେ ସଂଗୀତ, ତର୍କ, ମ୍ୟୁଜିକ୍ ଚେୟାର, ବେଙ୍ଗ ଡିଆଁ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜୁନିୟର ବର୍ଗରେ ୩୦, ସବ୍ ଜୁନିଅର ବର୍ଗରେ ୩୦ ଓ ସିନିଅର ବର୍ଗରେ ୨୦ ପ୍ରତିଯୋଗୀ ଭାଗ ନେଇଥିଲେ । ଅଧ୍ୟକ୍ଷା ସିଲିରାଣୀ ବାରିକଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ଜୟନ୍ତ କିଶୋର ମହାପାତ୍ର, ଶିକ୍ଷୟିତ୍ରୀ କାଦମ୍ବିନୀ ସେନାପତି, ରୀନାବାଳା ରଥ, ବୀଣାପାଣି ଜେନା, ସୁନିତା ଜେନା ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତି ବିଶେଷ ଓ ଅଭିଭାବକ ମାନେ ଯୋଗ ଦେଇଥିବାର ଦେଖାଯାଇଥିଲା । ଆସନ୍ତାକାଲି ଉଦ୍‌ଯାପନୀ ଦିବସରେ ବେଲୁନ ଫୁଙ୍କା, ୫୦ମି ଦୌଡ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ପ୍ରବନ୍ଧ, ଗଣିତ ଦୌଡ, ଛୁଞ୍ôଚସୂତା, ହସ୍ତାକ୍ଷର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ