ସ୍ୱାଧୀନତାର ୭୮ ବର୍ଷ ପରେବି ଅବହେଳିତ ଝାରପୋଖରିଆ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଅଧୀନରେ ଥିବା ଝାରପୋଖରିଆ କୁ ଅଣଦେଖା କରି ଚାଲିଛନ୍ତି ଓଡ଼ିଶା ସରକାର| ଆଉ କିଛି ଦିନ ପରେ ସାରା ଦେଶ ୭୯ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି ହେଲେ ଏଠି ସ୍ୱାଧୀନତା କଣ ବୋଲି ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି | ତିନି ରାଜ୍ୟ ର ସୀମାନ୍ତ ବର୍ତ୍ତୀ ଅଞ୍ଚଳ ହେଇଥିଲେବି ସରକାର ଙ୍କ ଏଠି ନଜର ନାହଁ | ପ୍ରତିଦିନ ସହ ସହ ବସ ଏଇ ଅଞ୍ଚଳ ଦେଇ ରାଜ୍ୟର ରାଜଧାନୀ ଭୁବନେଶ୍ୱର, ସମ୍ବଲପୁର, ରାୟଗଡା, ଅନୁଗୁଳ ଏବଂ ରାଜ୍ୟ ବାହାରକୁ ଯେଭଳି କଲିକତା, ଟାଟାନଗର, ରାଞ୍ଚି, ପଶ୍ଚିମମେଦିନୀପୁର ଏହିଭଳି ଅନେକ ଜାଗାକୁ ବସ ଯାଉଛି ହେଲେ ଆଜି ପଯ୍ୟନ୍ତ ଗୋଟିଏ ଯାତ୍ରୀ ପ୍ରତିକ୍ଷାଳୟ ହୋଇ ପାରିଲା ନାହଁ | ସାରସକଣା ବ୍ଲକ ରୁ ସରକାର ରାଜସ୍ୱ ନେବାରେ କମ୍ ତ କରି ନାହାନ୍ତି ? ଯଦି ସରକାର ଠିକ ଭାବରେ ରାଜସ୍ୱ ପାଉଛନ୍ତି ତାହେଲେ ଏଠି ଯାତ୍ରୀ ପ୍ରତୀକ୍ଷାଲୟ ଟି କରିବାରେ କଣ ଅସୁବିଧା ରହିଛି ? ଆଜି ପଯ୍ୟନ୍ତ ନାଁ ସ୍ଥାୟୀ ବସଷ୍ଟାଣ୍ଡ ଟି ହେଇ ପାରିଲା ନାଁ ଯାତ୍ରୀ ପ୍ରତୀକ୍ଷାଲୟ ଟି ହେଇ ପାରିଲା | ଯଦି ସରକାର ଅଞ୍ଚଳ ଟିର କିଛି ଉନ୍ନତି କରିବେ ନାହିଁ ତାହେଲେ ଏହି ଅଞ୍ଚଳରୁ ଟିକସ ନେଉଛନ୍ତି କଣ ପାଇଁ ? ବହୁ ରାଜନେତା ଏବଂ ସରକାରୀ ବାବୁମାନଙ୍କ କେବଳ ଭାଷଣ ବାଜିରେ କଣ ଅଞ୍ଚଳର ଉନ୍ନତି ହେଇପାରେ କି ? ସତରେ କଣ ସରକାର ଏ ଅଞ୍ଚଳପ୍ରତି ଆଖି ବୁଜିଦେଇଛନ୍ତି ନା ସବୁ ଜାଣିଶୁଣି ନିରବ ରହିଛନ୍ତି | ସ୍ଥାଇ ପ୍ରତୀକ୍ଷାଳୟ ପାଇଁ ପୂର୍ବରୁ କିଛି ସାମ୍ବାଦିକ ଏବଂ ଜନସାଧାରଣ ଆମରଣଅନ୍ନସନ କରିଥିଲେ ହେଲେ ସରକାରୀ ବାବୁମାନେ ଦେଇଥିବା ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହିଗଲା | ଯଦି ଏହାର ସ୍ଥାଇ ସମାଧାନ ନ ହୁଏ କିମ୍ବା ସରକାର ଏଥିପ୍ରତି କିଛି ଧ୍ୟାନନଦିଅନ୍ତି ତାହାଲେ ଆଗାମୀ ଦିନରେ ଏହାକୁ ନେଇ ଯଦି କିଛି ଅଞ୍ଚଳବାସୀ ଅଘଟଣ ଘଟାନ୍ତି ସେଥିପାଇଁ ସରକାର ସମ୍ପୂର୍ଣ ଭାବରେ ଦାଇ ରହିବେ ବୋଲି ଅଞ୍ଚଳର କିଛି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ