ବିଜେଡି ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଆସନ୍ତା ୨୬ ତାରିଖରେ ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଇଁ ମଙ୍ଗଳବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକକୁ ବିଜେଡି ନିର୍ବାଚନ ମଣ୍ଡଳୀର ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରଧାନ ଅଧକ୍ଷତା କରିଥିଲେ।ହିଞ୍ଜିଳି ପୌରପରିଷଦରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ବିଜେଡ଼ିର ନେତା ଓ କର୍ମୀ ମାନେ ପୁଷ୍ପମାଲ୍ୟ ଦେଇ ୨୬ ତାରିଖ ରେ ଦିବା୧୦ଘଣ୍ଟ ସମୟରେ ସମସ୍ତେ ଶେରଗଡରେ ପହଞ୍ଚି ସେଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ଶୋଭାଯାତ୍ରାରେ ଜଗନ୍ନାଥ ମନ୍ଦିରରେ ପହଞ୍ଚିବେ ଓ ଜଗନ୍ନାଥଙ୍କ ଠାରେ ୨୮ଟି ଦ୍ୱୀପ ଦାନ କରି ଏକ ସାଧାରଣ ସଭା ଅନୁଷ୍ଠିତ ହେବ।ଏହି ସଭାରେ ନବୀନ ବାବୁଙ୍କ ନେତୃତ୍ୱରେ ଗତ୨୪ ବର୍ଷ ଶୁଶାସନ ବିକାଶ ମୂଳକ ଜନ କଲ୍ୟାଣ ଯୋଜନା ଓ ବିଜେପିର ୬ମାସର ଜୁମୁଲା ଶାସନ,ଅପାରଗତା ଶାସନ ବିଷୟରେ ଜନ ସାଧାରଣ ଙ୍କୁ ସଚେତନ କାର୍ଯ୍ୟକ୍ରମ କରିବାକୁ ନିଷ୍ପତି ନିଆଯାଇଛି।ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲ ବ୍ୟାପକ ନଷ୍ଟ ହୋଇଛି।ଚାଷୀଙ୍କୁ ଅତିଶୀଘ୍ର କ୍ଷତି ପୁରାଣ ପ୍ରଦାନ କରିବାକୁ ତହସିଲଦାର ଙ୍କ ମାଧ୍ୟମରେ ରାଜ୍ୟସରକାରଙ୍କ ସ୍ମାରକପତ୍ର ପ୍ରଦାନ କରାଯିବ।ଉକ୍ତ ବୈଠକରେ ବିଧାୟକଙ୍କ ଡିଆରଡ଼ିଏ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ଶେରଗଡ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ଶେରଗଡ ବ୍ଲକ ସଭାପତି ଶରତ ଚନ୍ଦ୍ର ପାତ୍ର, ବିଧାୟକଙ୍କ ପ୍ରତିନିଧି ଦିଗାମ୍ବର ନାହାକ, ପ୍ରମୋଦ ପାତ୍ର, କାଂହା ପଟ୍ଟନାୟକ,ହିଞ୍ଜିଳି ବିଜେଡି ସଭାପତି ହୃଦୟାନନ୍ଦ ମହାପାତ୍ର, ବିଧାୟକ ପ୍ରତିନିଧି ପ୍ୟାରୀମୋହନ ପାଢ଼ୀ, ଯୁବ ସଭାପତି ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।