କାଶୀନଗର ବ୍ଲକ ଠାରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ଭୀମଭୋଇ ସାମର୍ଥ୍ୟ ଶିବିର ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମାଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା.ଏହି ଶିବିରରେ ଅସ୍ଥି ସୈଲ୍ୟ ବିଭାଗ ର ସନ୍ତୁନୂ ପାଢ଼ୀ, ଚକ୍ଷୁ ବିଶେଷଜ୍ଞ, କର୍ଣ୍ଣ,ନାସା ଓ ଗଳା ବିଭାଗର ଚିକିତ୍ସକ ମାନେ ରହି ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷଣ କରି ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା. ଭିନ୍ନକ୍ଷମମାନଙ୍କୁ ବସ ପାସ, ଋଣ ଯୋଗାଣ, ଶିକ୍ଷିତ ଭିନ୍ନକ୍ଷମଙ୍କୁ ତାଲିମ ପାଇଁ ପରାମର୍ଶ ଦିଆ ଯାଇଥିଲା. ଶିବିରରେ ମୋଟ ୩୯୧ ଜଣ ହିତାଧିକାରୀ ଯୋଗ ଦେଇଥିଲେ. ହିତାଧିକାରୀ ମାନଙ୍କୁ ଟ୍ରାଇ ସାଇକେଲ, ଶ୍ରାବଣ ଯନ୍ତ୍ର, ଚକ୍ଷୁ ସହାୟକ ବାଡ଼ି, ଆଶା ବାଡ଼ି ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା ଙ୍କ ଉପସ୍ଥିତି ରେ ବଣ୍ଟନ କରାଯାଇ ଥିଲା. ଏହି କାର୍ଯ୍ୟକ୍ରମ ପଂଚାୟତ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ସାହୁ ଓ ବ୍ଲକ ସାମାଜିକ ସୁରକ୍ଷା ପ୍ରୋଗ୍ରାମ ଅଧିକାରୀ ସୀତାରାମ ପରିଚାଳନା କରିଥିଲେ.