ତୁରିଷ୍ଟ ବସ ଓଲଟି ୩ମୃତ
କୋରାପୁଟ,(ହେମନ୍ତ ପାଣଗ୍ରାହୀ):କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ସୁକନାଳ ପୋଲ ନିକଟରେ ଓଲଟିଲା ଟୁରିଷ୍ଟ ବସ। ସୂଚନା ଅନୁଯାୟୀ କଟକରୁ କିଛି ପର୍ଯ୍ୟଟକଙ୍କୁ ନେଇ ଆସିଥିବା ଘରୋଇ ବସଟି ବାବା ଗୁପ୍ତେଶ୍ୱରକୁ ଯିବା ସମୟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଛି । ଘଟଣା ସ୍ଥଳରେ ହିଁ ଦୁଇ ବ୍ୟକ୍ତିଙ୍କ ସହ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଆହତ ହୋଇଥିବା ଜଣାପଡ଼ିଛି। କଟକ ସଦମହକୁମା ଆଲିସା ବଜାର ନିକଟସ୍ଥ କେଉଟ ସାହିରୁ ବାହାରି ଏକ ଘରୋଇ ବସ ଓ ଆର ୦୫ ଏ ସି ୨୮୯୯ ଯୋଗେ ବାହାରି କୋରାପୁଟର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଦର୍ଶନ କରିବା ପାଇଁ ୭୫ଜଣ ପର୍ଯ୍ୟଟକ ଆସିଥିଲେ ଦର୍ଶନ କରିବାକୁ ଆଉ ୨୦ କି.ମି ବାକିଥିବା ବେଳେ ସୁକନାଳ ନିକଟରେ ଘଟି ଯାଇଥିଲା ବଡ ଦୁର୍ଘଟଣା। ଘଟଣା ସ୍ଥଳରେ କୋରାପୁଟ ଏସ ପି ରୋହିତ ବର୍ମା, ବୋଇପାରିଗୁଡା ଏସଡିପିଓ ଅଙ୍କିତ କୁମାର ଓ ରାମଗିରି ଓ ବୋଇପାରିଗୁଡ଼ା ଥାନା ଅଧିକାରୀ ପହଞ୍ଚି ମୃତ ଯାତ୍ରୀ ମାନଙ୍କୁ ଉଦ୍ଧାର କରିବା ସହ ଆହତ ଯାତ୍ରୀମାନଙ୍କୁ ବୋଇପାରିଗୁଡା ସ୍ଥିତ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠେଇଦେଇଛନ୍ତି। ଯେଉଁମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଉଦବେଗ ଜନକ ରହିଛି ତାଙ୍କୁ ଜୟପୁର ଓ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଆହତ ମାନଙ୍କୁ ଭର୍ତ୍ତି କରିଥିବା ଜଣାପଡ଼ିଛି ।