ଜାତୀୟ ଝୁମର ଆଲୋଚନା ଚକ୍ର ପାଇଁ ପ୍ରସ୍ତୁତି ବୈଠକ

ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର ) :ଓଡିଶା ଝୁମର ଏକାଡେମୀ ପକ୍ଷରୁ ଜାତୀୟ ଝୁମର ଆଲୋଚନା ଚକ୍ର ଓ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଏକାଡେମୀର ସଭାପତି ଏଡଭୋକେଟ ଅବନୀ କୁମାର ମହାନ୍ତଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି. ପ୍ରାରମ୍ଭରେ ଏକାଡେମୀର ସମ୍ପାଦକ ଏଡଭୋକେଟ ବସନ୍ତ କୁମାର ମହାନ୍ତ ଆଲୋଚନାର ଆଭିମୁଖ୍ୟ ପ୍ରାଚୀନ ଝୁମରର ଉପାଦେୟତା ବିଷୟରେ ଆଲୋକପାତ କରିଥିବା ବେଳେ, ମୁଖ୍ୟ ଅତିଥି ଭାବରେ ଜାତୀୟ ମନୁମେଣ୍ଟ ଅଥରିଟିର ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବସା, ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ଇଂ ଅଶୋକକୁମାର ବସା, ମୁଖ୍ୟ ଆଲୋଚକ ଭାବରେ ପ୍ରାକ୍ତନ ସାଂସଦ ବୀରଭଦ୍ର ସିଂ, ବକ୍ତା ଭାବରେ ବିଶିଷ୍ଟ ଝୁମର ଗବେଷକ ଡ଼କ୍ଟର ରମାକାନ୍ତ ମହାନ୍ତ , ଝୁମର ଏକାଡେମୀର ଉପସଭାପତି ରାକେଶ କୁମାର ସିଂ, ଅବସର ପ୍ରାପ୍ତ ଓଡିଶା ପ୍ରଶାସନିକ ଅଧିକାରୀ ଶିବ ପ୍ରସାଦ ସିଂ, ମାଳତୀ ଲତା ସିଂ, ସଦସ୍ୟ କୃପାସିନ୍ଧୁ ମହାନ୍ତ, ସାମ୍ରାୟ ବାଗାଲ ପ୍ରମୁଖ ଯୋଗଦେଇ ଝୁମର ପରି ଏକ ପାରମ୍ପରିକ ଲୋକ ସଂସ୍କୃତିର ଅଧିକ ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ. ବୈଠକରେ ଆଗାମୀ ଭଦ୍ରବ ମାସର କରମ ପର୍ବ ଅବସରରେ ଓଡିଶା, ବିହାର,ବେଙ୍ଗଲ, ଝାରଖଣ୍ଡ, ଆସାମ, ଛାତିଶଗଡ଼, ପ୍ରମୁଖ ପ୍ରଦେଶର ଝୁମର କଳାକାର, ଗବେଷକ, ଆଲୋଚକ ଓ ସାହିତ୍ୟିକ ମାନଙ୍କୁ ନିମନ୍ତ୍ରଣ କରାଯାଇ ଏକ ତ୍ରୀଦିବସୀୟ ଆଲୋଚନା ଚକ୍ର ଓ ଉତ୍ସବ ଅନୁଷ୍ଠିତ ହେବ ଏବଂ ଏହି ଆଲୋଚନା ଚକ୍ର ରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତି ନିକେତନ ପରି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟ ବାରିପଦାରେ ଝୁମର କଳା ସାହିତ୍ୟ ସଂସ୍କୃତିର ବିକାଶ ପାଇଁ ଏକ ସ୍ୱତନ୍ତ୍ର ଝୁମର କ୍ୟାମ୍ପସ ଗଠନ ନିମନ୍ତେ ପ୍ରସ୍ତାବ ପାରିତ କରିବା ପାଇଁ ଭାରତ ସରକାରଙ୍କର ନିକଟରେ ଦାବୀ ଉପସ୍ଥାପନ କରାଯିବ ବୋଲି ମୁଖ୍ୟ ଅତିଥି ପ୍ରଫେସର କିଶୋର କୁମାର ବସା ମତ ପ୍ରକାଶ କରିଥିଲେ ଏବଂ ଇଂ ଅଶୋକ କୁମାର ବସା ଏକ ଲକ୍ଷ ଟଙ୍କା ଏଥିପାଇଁ ସହଯୋଗ କରିବେ ବୋଲି କହିଥିଲେ. ଶେଷରେ ଝୁମରରାଣୀ ବିନ୍ଦୁମତୀ ମହାନ୍ତ ଝୁମର ସଙ୍ଗୀତ ପରିବେଷଣ କରିଥିବା ବେଳେ, ଏକାଡେମୀର କୋଷାଧକ୍ଷ ବୈଦ୍ୟନାଥ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ