ନିଖିଳ ଓଡ଼ିଶା ଆଇନଜୀବୀ ପରିଷଦର ଲଗାତାର ୭ମ ଥର ପାଇଁ ଉପସଭାପତି ହେଲେ ମନୋଜ ଦାସ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ଵାଳ):ଓଡ଼ିଶାର ସିମାନ୍ତ ମାଲକାନଗିରି ଠାରେ ୫୩ ତମ ନିଖିଳ ଓଡ଼ିଶା ଆଇନଜୀବୀ ପରିଷଦର ଦୁଇ ଦିବସୀୟ ଡିସେମ୍ବର (୨୯/୩୦) ରାଜ୍ଯ ଅଧିଵେସନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅଧିବେଶନର ଦିତୀୟ ଦିବସରେ ରାଜ୍ୟ ଶାଖାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସଭାପତି ଭାଵେ ବିଶିଷ୍ଟ ଆଇନଜୀବୀ ବିଭୁ ପ୍ରସାଦ ତ୍ରୀପାଠୀ ନିର୍ବାଚିତ ହୋଇଛନ୍ତି । ସେହିଭଳି ରାଇରଙ୍ଗପୁର ଓକିଲ ସଂଘର ସଂପାଦକ ମନୋଜ ଦାସ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ଲଗାତାର ସପ୍ତମ ଥର ପାଇଁ ରାଜ୍ଯ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଗାମୀ ଦିନରେ ଶ୍ରୀ ମନୋଜ ଦାସ ନିଜର ଦାୟିତ୍ଵକୁ ସୁଚାରୁରୂପେ ନିର୍ବହନ କରି ସଂଘର କାର୍ଯ୍ୟକୁ ତ୍ବରାନ୍ବିତ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଏହି ଖବର ଶୁଣିବା ପରେ ତାଙ୍କର ଶୁଭେଛୁ ତଥା ମୟୂରଭଞ୍ଜ ଜିଲ୍ଲାବାସୀ ତଥା ରାଇରଙ୍ଗପୁର ଅଂଚଳରେ ଖୁସିର ଲହରି ଖେଳିଯାଇଛି ।ସେ ଜଣେ ଅମାୟିକ, ମିଷ୍ଟଭାଷୀ, ପରୋପକାରୀ, ସମାଜସେବୀ ,ମେଳାପି,ହସଖୁସିଆ ମିଜାଜର ବ୍ୟକ୍ତି ।