ସତ୍ୟ ମହିମା ଆଶ୍ରମ ରେ ନିଆରା ଜନ୍ମଦିବସ ପାଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଖଣ୍ଡଗିରି ସ୍ଥିତ ସତ୍ୟ ମହିମା ଆଶ୍ରମ ପରିସରରେ ବିଦ୍ୟାର୍ଥୀ ସିଆଁସୀ ଙ୍କ ଚଉଦ ତମ ଶୁଭ ଜନ୍ମ ଦିବସ ଅନୁଷ୍ଠିତ ହୋଇ ଯାଇଛି. ଆଶ୍ରମ ମୁଖ୍ୟ ସାଧୁ ମଧୁସୂଦନ ଦାସ ଙ୍କ ପୌରହିତ୍ୟ ଓ ସାମ୍ବାଦିକା ରୀନା ମହାନ୍ତି ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ରୋହିତ ପ୍ରଧାନ,ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ମନୋରଞ୍ଜନ ମହାନ୍ତି, ପଦ୍ମ ଚରଣ ବେହେରା ଉପସ୍ଥିତ ରହିବା ସହ ଜନ୍ମ ଦିବସ ର ଶୁଭେଚ୍ଛା ଜଣାଇବା ସହିତ ଅସହାୟ, ଅଭାବୀ କିଛି ମହିଳା ଙ୍କୁ ଏହି ଅବସରରେ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା. ଆମ ସଂସ୍କୃତି, ପରମ୍ପରା ହେଉଛି ମହାନ. ଏହାକୁ ବଜାୟ ରଖିବା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ଉଦ୍ୟମ କରିବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହିତ ଅସହାୟ ଙ୍କ ସେବା ମାଧବ ଙ୍କ ସେବା ବୋଲି ମତ ବ୍ୟକ୍ତ କରିଥିଲେ. ଉକ୍ତ କାର୍ଯ୍ୟକ୍ରମ କୁ ମହିମା ସେବା ଫାଉଣ୍ଡେସନ ର ପରିଚାଳନା ନିର୍ଦ୍ଧେଶକ ନାରାୟଣ ଖୁଣ୍ଟିଆ, ରମେଶ କୁମାର ମହାପାତ୍ର, ଐଶୁର୍ୟା ତ୍ରିପାଠୀ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ