ପ୍ରଦୀପ୍ତ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ; ଭଞ୍ଜନଗର କୁ ପରାଜିତ କରି ଗୁମ୍ମା ଟିମ୍ ବିଜୟୀ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବଡଖେମୁଣ୍ଡି ହାଇସ୍କୁଲ ଖେଳପଡିଆ ଠାରେ ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ଆୟୋଜିତ ପ୍ରଦୀପ୍ତ ପଟ୍ଟନାୟକ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟ ଶୁକ୍ରବାର ସମାପ୍ତ ହୋଇଯାଇଛି ।ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଗଜପତି ଜିଲ୍ଲା ଗୁମ୍ମା ଗ୍ରାମ ଭଲିବଲ ଟିମ୍ ସହ ଭଞ୍ଜନଗର ର ରୟାଲ ସିକ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୁମ୍ମା ଦଳ ୨ – ୦ ସେଟରେ ବିଜୟୀ ହୋଇଥିଲା । ମ୍ୟାଚ ପ୍ରାରମ୍ଭରେ ସାମାଜିକ କର୍ମୀ ଇଂ. ଉତ୍ତମ କୁମାର ପାଣିଗ୍ରାହୀ ଯୋଗଦେଇ ସ୍ବର୍ଗତ ପ୍ରଦୀପ୍ତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଉଭୟ ଦଳର ଖେଳାଳିଙ୍କୁ ଭାଇଚାରା ମନୋଭାବ ରଖି ଖେଳିବାକୁ ପରାମର୍ଶ ଦେଇଥିଲେ । ସେହିପରି ଖେଳ ଶେଷରେ ବ୍ଯବସାୟୀ ଭି . ପ୍ରଶାନ୍ତ ରାଜୁ ଅତିଥି ଭାବେ ଯୋଗଦେଇଥିଲେ । ଗୋବିନ୍ଦ ନାୟକ ମ୍ୟାଚ ରେଫେରି ଥିବା ବେଳେ ଆୟୋଜକ କମିଟି ସଭାପତି ଶିବଶଙ୍କର ମହାଙ୍କୁଡ , ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ , କୋଷାଧ୍ୟକ୍ଷ ଦୀପକ କୁମାର ମିଶ୍ର,ଅର୍ଦ୍ଦୁ.ଗୋବିନ୍ଦ, ବିକାଶ ପଶୁପାଳକ , ଏ . ସାକିଲି , ବାରିକ ବେହେରା , ଲୋକନାଥ ପାଣିଗ୍ରାହୀ , କୁରେଶୁ ମହାରଣା , କେ . କୁନା ପ୍ରମୁଖ ଉପସ୍ଥିତ ଥିଲେ । ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଳବ ସଦସ୍ୟ ମାନେ ମ୍ୟାଚ ପରିଚାଳନା ରେ ସହଯୋଗ କରିଥିଲେ ।