ଅବସରପ୍ରାପ୍ତ ଫରେଷ୍ଟରଙ୍କ ପରଲୋକ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) – ଅବସର ପ୍ରାପ୍ତ ଫରେଷ୍ଟର ବିପିନି ଚନ୍ଦ୍ର ମାଝିଙ୍କ ଅଜି ଭୋର ୪ଘଣ୍ଟା ସମୟରେ ପରଲୋକ ଘଟିଛି । ସେ ଗତ କିଛି ମାସ ହେଲା ଅସୁସ୍ଥ ଥିଲେ । ପାରଳାଖେମୁଣ୍ଡି ବନ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଗତ ଦୀର୍ଘ ବର୍ଷଧରି ବହୁ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରି ସାଧାରଣଙ୍କ ଠାରେ ବେସ ପରିଚିତ ଥିଲେ । ସେ ଅତ୍ୟନ୍ତ ସରଳ,ମେଳାପି ଓ ମିଷ୍ଟ ଭାଷି ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ,୩ପୁଅ,ଏକ ମାତ୍ର ଝିଅ ଉପସ୍ଥିତ ଥିଲେ । ଆଜି ତାଙ୍କର ମର ଶରୀରକୁ ସକ୍ରାର କରାଯିବ ବୋଲି ତାଙ୍କ ପୁତ୍ର ଦିପକ କୁମାର କହିଛନ୍ତି । ସ୍ୱର୍ଗତ ମାଝିଙ୍କ ବିୟୋଗରେ ପାରଳା ସ୍ୱାଭିମାନ ମଞ୍ଚର ମୁଖ୍ୟ ଡ.ତିରୁପତି ପାଣିଗ୍ରାହୀ ଗଭିର ଶୋକ ପ୍ରକାଶ କରି ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ପାରଳା ବନ ଉପଖଣ୍ଡର ଏସିଏଫଓ ଗୌରୀ ପ୍ରସାଦ ରଥ,ଅବସର ପ୍ରାପ୍ତ ଫରେଷ୍ଟର ପ୍ରକାଶ ଚନ୍ଦ୍ର ଦାସ ଓ ବହୁ ବନ କର୍ମଚାରୀ ଏବଂ ବରିଷ୍ଠ ସାମ୍ବାଦିକ ଗରୁଡ ଧ୍ୱଜ ଚୌଧୁରୀ,ତାରିଣୀ ପ୍ରସାଦ ପଣ୍ଡା,ଜଗଦୀଶ ପଣ୍ଡା ପ୍ରମୁଖଙ୍କ ସହ ହାଇଟେକ୍ ଗୃପ୍ର ବହୁ କର୍ମକର୍ତ୍ତା ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ