ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ଗଜପତି ଛାତ୍ରଙ୍କ କୃତିତ୍ୱ

ପାରଳାଖେମୁଣ୍ଡି ,(ତାରିଣୀ ପ୍ରସାଦ ପଣ୍ଡା) -ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ଗଜପତି ଛାତ୍ର ହରିଶ କୁମାର ପାଇକ ଏକ ସ୍ୱତନ୍ତ୍ର ପ୍ରକଳ୍ପ ଦ୍ୱାରା କୃତିତ୍ୱ ହାସଲ କରି ପୁରସ୍କୃତ ହୋଇଛନ୍ତି । ଗଜପତି ଜିଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଗଜପତି ଜିଲାର ଛଅଟି ଉଚ୍ଚ ବିଦ୍ୟାଳୟର ଛଅଟି ପ୍ରକଳ୍ପ ଶିକ୍ଷକ, ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ, ଓଡିଶା ଆନୁକୁଲ୍ୟରେ ସରକାରୀ ଅନୁଗୁଳ ଉଚ୍ଚ ବିଦ୍ୟାଳୟ, ଅନୁଗୁଳଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ସରକାରୀ ଏସ୍.ଏସ୍.ଡି. ଉଚ୍ଚବିଦ୍ୟାଳୟ, ଛେଲାଗଡର ଦଶମ ଶ୍ରେଣୀ ଛାତ୍ର ହରିଶ କୁମାର ପାଇକଙ୍କ “ଏୟାର ପ୍ୟୁରିଫାୟର ହେଲମେଟ” ପ୍ରକଳ୍ପଟି ରାଜ୍ୟସ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଦ୍ୱାରା ପୁରସ୍କୃତ ହୋଇ ବି.ଆଇ.ଟି.ଏମ କଲିକତାଠାରେ ଆୟୋଜିତ ହେବାକୁ ଥିବା ପୁର୍ବାଞ୍ଚଳ ସ୍ତରୀୟ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବାପାଇଁ ମନୋନୀତ ହୋଇଛନ୍ତି । ଏହାର ସହାୟକ ଶିକ୍ଷକ ଥିଲେ ଶୈଳେଶ ଚନ୍ଦ୍ର ମିଶ୍ର । ହରିଶଙ୍କ ଏହି କୃତକାର୍ଯ୍ୟକୁ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମନାଥ ଶତପଥି ଓ ଜିଲ୍ଲାର ସମସ୍ତ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ