ଅଧକ୍ଷ ଉପ ନିର୍ବାଚନ ପାଇଁ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସମିତି ସଭ୍ୟ କାହ୍ନୁ

କୁକୁଡାଖଣ୍ଡି, (ବିଭୁ ନନ୍ଦନ ପଣ୍ଡା): କୁକୁଡାଖଣ୍ଡି ବ୍ଲକ ଅଧକ୍ଷ କମାକ୍ଷା ପ୍ରସାଦ ପାତ୍ରଙ୍କ ଗତବର୍ଷ ଜୁନ ୮ ତାରିଖରେ ଦେହାନ୍ତ ହେବା ପରେ ଉକ୍ତ ପଦବୀ ଖାଲି ପଡ଼ିଛି। ତେବେ ଅଧକ୍ଷ ପଦବୀ ପୂରଣ ପାଇଁ ଗତ ଅଗଷ୍ଟ ୧୨ ତାରିଖରେ ନିର୍ବାଚନ କମିଶନର ବିଜ୍ଞପ୍ତି ପ୍ରକାଶ କରି ଅଗଷ୍ଟ ୨୨ତାରିଖରେ ଉପ ନିର୍ବାଚନ କରିବା ପାଇଁ ନିର୍ଦ୍ଦେଶ କରିଥିଲେ। ଯାହାକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ମାମଲା ଦାୟର ହୋଇଥିଲା। ଏହାର ଶୁଣାଣି କରି ମାନ୍ୟବର କୋର୍ଟ ତୁରନ୍ତ ନିର୍ବାଚନ ପ୍ରକ୍ରିୟା କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ନିର୍ଦେଶ ଦେଇଥିଲେ। ତେବେ ପଦବୀ ଖାଲି ପଡିବାର ୧୮୦ ଦିନବିତିଗଲା ପରେ ମଧ୍ୟ ଉପ ନିର୍ବାଚନ ପାଇଁ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ଅଭିଯୋଗ କରିଛନ୍ତି ସମିତି ସଭ୍ୟ କାହ୍ନୁ ପାତ୍ର। ଏବଂ ମାନ୍ୟବର କୋର୍ଟଙ୍କ ନିର୍ଦେଶ କୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନ ଥିବା କହିଛନ୍ତି ଶ୍ରୀ ପାତ୍ର। ଏହାକୁ ନେଇ ସେ ଆଜି ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ତୁରନ୍ତ ନିର୍ବାଚନ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ