ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ମାତୃଵିୟୋଗ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଗୋକୁଳାନନ୍ଦ ସାହୁଙ୍କ ମାତା ଗୌରୀ ସାହୁ (୮୩) ରାଇରଙ୍ଗପୁରସ୍ଥ ସରକାରୀ ବାସ ଭବନରେ ଆଜି ପୂର୍ବାହ୍ନ ୧୦.୪୦ ସମୟରେ ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ସମୟରେ ଏସଡିପିଓ,ତାଙ୍କ ପିତା ଗୌରମଣି ସାହୁ, ପତ୍ନୀ ଏବଂ ପୁତ୍ର ଉପସ୍ଥିତ ଥିଲେ ।ଖବର ପାଇ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ, ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି, ଥାନା ଅଧୀକାରୀବୃନ୍ଦ,ସହରର ମାନ୍ୟଗଣ୍ୟ ବ୍ୟକ୍ତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲିପ ମହାନ୍ତି, ଶିକ୍ଷକ ରଞ୍ଜନ ନନ୍ଦ,ସୁନିଲ ,ବୁଦ୍ଧିଜିବୀ,ଗଣ ମାଧ୍ୟମ ପ୍ରତିନିଧି ଅକ୍ଷୟ ବିଶ୍ବାଳ,ତୁଷାରକାନ୍ତ ମହାନ୍ତ,ପ୍ରଦୀପ ମହାନ୍ତ, ମେଘନାଦ ହେମ୍ବ୍ରମ ପ୍ରମୁଖ ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ ସହ ଫୁଲମାଳ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଓ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ଏସଡିପିଓ ପୈତୃକ ଗ୍ରାମ ବରଗଡ଼ ଜିଲ୍ଲାର ଵିଶିପାଲି ଗ୍ରାମରେ ତାଙ୍କ ମା’ ଙ୍କ ଶେଷକୃତ୍ୟ ସଂପନ୍ନ ପାଇଁ ନେଇଯାଇଛନ୍ତି ।