ପବନରେ ହେବ ଆଳୁ ଚାଷ

କରନାଲ: ବଜାରରେ ଆଳୁ ଦାମ୍ ବଢ଼ି ବଢ଼ି ଚାଲିଛି । ପିଆଜ ଭଳି ଆଳୁ ଦର ମଧ୍ୟ ଏବେ କେତେକ ସ୍ଥାନରେ ବଢ଼ିବାରେ ଲାଗିଛି । ତେଣୁ ଆଳୁ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବା ସହ ଅତ୍ୟାଧୁନିକ ପ୍ରଣାଳୀ ଅବଲମ୍ବନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସାଧାରଣତଃ ମାଟିରେ ଆଳୁ ଚାଷ ହୋଇଥାଏ । ତେବେ ଏବେ ହରିୟାଣାରେ ପବନରେ ଆଳୁ ଚାଷ କରାଯିବ । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସାଧାରଣ ଆଳୁ ତୁଳନାରେ ଏହି ପ୍ରକାର ଚାଷ ଉତ୍ପାଦନ ୧୦ ରୁ ୧୨ ଗୁଣା ଅଧିକ ହେବ ବୋଲି କରନାଲ ସ୍ଥିତ ଆଳୁ ଗବେଷଣା କେନ୍ଦ୍ର ପକ୍ଷରୁ କୁହାଯାଇଛି । ୨୦୨୦ ସୁଦ୍ଧା ଚାଷୀଙ୍କୁ ଏ ନେଇ ବିହନ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ । ଏହି ଆଳୁର ଆକାର ସାଧାରଣ ଆଳୁଠାରୁ ଛୋଟ ହେବ । ଗୋଟିଏ ଗଛରୁ ୪୦ ରୁ ୬୦ ପର୍ଯ୍ୟନ୍ତ ଛୋଟ ଆଳୁ ଉତ୍ପାଦନ କରାଯାଇପାରିବ ବୋଲି ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ