ଡ୍ରାଇଭର 

ମାର୍କେଟ ରେ ପ୍ରବଳ ଭିଡ । କୁଆଡ଼େ ଟ୍ରକ ଡ୍ରାଇଭର ଟିଏ ମଦ ପିଇ ଉଠା ଦୋକାନୀ ଉପରେ ଗାଡ଼ି ଚଢ଼ାଇ ଦେଇଛି | ସେ ହାରାମି ଡ୍ରାଇଭର କୁ ବାନ୍ଧି ବହେ ଛେଛୁଛନ୍ତି ଲୋକମାନେ | ବିଚରା ଲୋକଟା ଇଲେଟ୍ରି ଖୁଣ୍ଟି ରେ ବନ୍ଧାହୋଇ ଚାହିଁ ରହିଥାଏ ଉପରକୁ । ସେ ମୁହଁ ଖୋଲି ଅନେକବାର କହି କହି ଥକି ସାରିଲାଣି ମୁଁ ଏ ଗାଡ଼ିର ଡ଼୍ରାଇଭର ନୁହେଁ । ମୋର ଏ ଗାଡ଼ି ସହ କିଛି ସମ୍ପର୍କ ନାହିଁ ବୋଲି l ହେଲେ ଶୁଣିବାକୁ କେହି ନାରାଜ । କେହି ଶୁଣିବା ପରିବର୍ତ୍ତେ ଜଣ ଜଣ କରି ଆସୁଥାନ୍ତି ଦୁଇ ଚାରି ପ୍ରହାର ଲଗାଇ ଚାଲି ଯାଉଥାନ୍ତି । ବିଚରା ସେମିତି ବନ୍ଧା ଥାଏ ।

     ବେସ କିଛି ସମୟ ହୋ ହାଲ୍ଲା ପରେ ଲୋକଙ୍କର ଗହଳି କମିବାରେ ଲାଗିଲା | ଏହା ଦେଖି ଗାଡ଼ିରେ ଲୁଚି ବସିଥିବା ଡ୍ରାଇଭର ଟା ତୁରନ୍ତ ଷ୍ଟାଷ୍ଟ କରି ଦୃତ ଗତିରେ ପଳାଇଗଲା l ଦୃତ ଗତିରେ ଗାଡ଼ି ଟି ଯାଉଥିବା ଦେଖି ଲୋକେ କରିବାକୁ ଲାଗିଲେ ହାରାମି ଡ୍ରାଇଭର ଗାଡ଼ିରେ ଲୁଚି ବସିଥିଲା ରେ ମୈକା ଦେଖି ଖସିଗଲା | ହେଲେ ଯିଏ ମାଡ ଖାଉଥିଲା ? ମାଡ ଖାଉଥିବା ଲୋକଟି ଚିଲାଇ ଚିଲାଇ କହୁଥାଏ ମୁଁ ସେଇ ଉଠା ଦୋକାନୀ ରେ ତୁମେ ଯାହାକୁ ମାଡ ମାରୁଥିଲ ।
       ଗୋଟିଏ ଦିର୍ଘ ନିଶ୍ଵାସ ମାରି ଗାଡ଼ିକୁ ଧାସି କରି ଚଲାଉଥାଏ ଶଙ୍କରା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମୁଣ୍ଡିଆ ମାରି କହୁଥାଏ ପ୍ରଭୁ ଆପଣ ଆଜି ମୋତେ ରକ୍ଷା କରିଲେ । ନହେଲେ ଆଜି ମୋର କଣ ଯେ ହୋଇଥାନ୍ତା | ମୁଁ ନିଜ ଆଖି ଆଗରେ ଦେଖି ପାରୁଥିଲି | ହେଲେ ଲୋକେ କ’ଣ ଶୁଣୁଛନ୍ତି ନା ବୁଝୁଛନ୍ତି ରାସ୍ତା କୁ ଅବରୋଧ କରି ନିଜର ପତିଆରା ଜାହିର କରିବେ ଆଉ କିଛି କହିଲେ ନିଜର ଗାଁ ନିଜ ସହର କହି ସାଙ୍ଗ ସାଥି ମାନଙ୍କୁ ନେଇ ଘେରି ଯିବେ । ସାଲା ଡ୍ରାଇଭର ତ ହାରାମି ….ଆଉ
          ଆଗ ରାସ୍ତାରେ ଲୁଚିଥାଏ ହେଲପର , ତା’କୁ ସାଙ୍ଗରେ ଧରି ଆଗକୁ ବଢ଼ିଲା | ବଡ ଗାଡ଼ି ବେସି ମାଲ ,ଗୋଟିଏ ସ୍ଥାନରୁ ନେଇ ଗୋଟିଏ ଆଉ ଗୋଟିଏ ସ୍ଥାନରେ ପହଞ୍ଚାଇବା ବଡ ଦାୟୀତ୍ବ ର କାମ । ଟିକେ ଡେରି ହେଲେ ବଜାର ସ୍ଥିତି ବେହାଲ I ସବୁ ସେଇ ତ ଗରୀବ ମଧ୍ୟବିତ୍ତ ପକେଟକୁ ମାଡ | ଡ୍ରାଇଭର ଏଇ ଛୋଟ ମଥାରେ ଏତେ ବୋଝ ସମ୍ଭାଳିବା ଟା କ’ଣ ଏତେ ସହଜ ।
     ଦିର୍ଘ ୪୮୮ କିଲୋମିଟର ଲମ୍ବା ରାସ୍ତା , NH ୧୬ ଦେଇ ଆନ୍ଧ୍ର ପ୍ରଦେଶ ରୁ ପଶ୍ଚିମ ବଙ୍ଗ କୁ ରାସ୍ତା ଲମ୍ବିଛି | ମଝିରେ ସୁନ୍ଦର ଓଡ଼ିଶା ପ୍ରଦେଶ , ଦୁଇଦିନ ର ରାସ୍ତା ଭିତରେ ରାସ୍ତାରେ ଅନେକ ଐତିହ୍ୟ ଅନେକ ସୁନ୍ଦର ସ୍ଥାନ ର ଗନ୍ତାଘର କୁ ପାର ହୋଇ ଗନ୍ତବ୍ୟ ସ୍ଥଳ ରେ ପାଇଞ୍ଚିବାକୁ ପଡେ । ଶୁଣା ଯାଏ କୁଆଡେ ଏଠି ତ କୋଶ କୋଶ ଦୂରରେ ଭାଷା ବଦଳେ ତା’ ସାଙ୍ଗକୁ ପାଣି ପବନ ଖାଦ୍ୟ ପ୍ରେୟ ବି ବଦଳିଯାଏ । ଏହାର ଚମତ୍କତିତା ସମସ୍ତଙ୍କ ଭାଗ୍ୟରେ ଖୁବ୍ କମ ମିଳେ । ହେଲେ କ’ଣ ହେବ ଏସବୁ ଡ୍ରାଇଭର ଙ୍କ ଭାଗ୍ୟରେ ମିଳେନି | ଖାଲି କାନକୁ ଶୁଣାଯାଏ ଏଇଟି ପାଖରେ ଏଇ ମନ୍ଦିର ଅଛି , ଏଇଟି ପାଖରେ ସୁନ୍ଦର ଐତିହ୍ୟ ଅଛି । ଡ୍ରାଇଭର ମାନଙ୍କୁ ଖାଲି ଦେଖିବାକୁ ମିଳେ ଲମ୍ବା ରାସ୍ତା ଆଉ ଚାରିପାଖ ବିଲ ବଣ ଜଙ୍ଗଲ, ମଝିରେ ମଝିରେ କିଛି ଗାଁ ଆଉ ସହର |
        ଚିଲିକାର କୂଳେ କୂଳେ ଶୀତଳ ଥଣ୍ଡାପବନ ସାଙ୍ଗକୁ ଗାଡ଼ି ମିଉଜିକ୍ ସିଷ୍ଟମ ର ସୁମଧୁର ସଂଗୀତ ର ସୁରେ ସୁରେ ଗାଡ଼ି ଟିଏ ମାଡ଼ି ଚାଲିଥିଲା ଆଗକୁ ଆଗକୁ । ଆକାଶର ଜହ୍ନ ପାଣିରେ ପ୍ରତିବିମ୍ୱିତ ହୋଇ ମେଘ ସାଂଗେ ଲୁଚକାଳି ଖେଳୁଥାନ୍ତି | ପବନ ର ସଂଗୀତ ରେ କୂଳେ କୂଳେ କଇଁ ସବୁ ଝୁମୁଥାନ୍ତି | ଚିଲିକାର ଆରପାଖ ଗାଁ ପାରିକୁଦ ମାଲୁଦ କୁ ଯିବା ପାଇଁ ମନ ଇଚ୍ଛା ବାନ୍ଧି ରଖିଛି l ହେଲେ ସମୟର ହେଲେତ ଯିବ । ଶଙ୍କରା ଚିଲିକାର ସୈନ୍ଦର୍ଯ୍ୟ ରେ ମନକୁ ସ୍ଥିର କରିବାକୁ ଚେଷ୍ଟା କରୁଥିବା ବେଳେ ଏଣେ ଭୋକରେ ପେଟ ଜଳୁଥାଏ । ଗାଁ କି ସହର ଆସିବାକୁ ଅନେକ ଡେରି ଅଛି । ଚାରିପାଖ ଜଂଗଲ ଆଉ ଜଙ୍ଗଲ କ’ଣ କରିବ କ’ଣ କରିବ ବେଲି ଭାବି ଭୋକରେ ନିଜକୁ ଆଉ ରଖିପାରିଲା ନାହିଁ ଶଙ୍କରା । ତୁରନ୍ତ ଗାଡ଼ିକୁ ରାସ୍ତା ପାଖରେ ଲଗାଇ ଦେଇ । ରୋଷେଇ ପାଇଁ ଷ୍ଟୋଭ ଜଳାଇ ଆରମ୍ଭ କରିଦେଲା | ମନରେ ଥାଏ ଅନେକ ଆଶା ଆଙ୍କାକ୍ଷା ର ଭୟ । ଏଇ କିଟିମିଟିଆ ଅନ୍ଧାର ରେ ଏଇ ଜଙ୍ଗଲ ଭୁଇଁ ରେ ତା’ର ଆଜି ଜଦି କିଛି ହୋଇଯାଏ ତା’ ପିଲା ଛୁଆ ପରିବାର କଥା କିଏ ବୁଝିବ ? ଯେଉଁ ଅନ୍ଧାର ଆଜି ଜହ୍ନକୁ ଲୁଚାଇ ଦେଇଛି ସେ ଜଂଗଲ ଯଦି ଆଜି ତା’କୁ ଦୁନିଆରୁ ଲୁଚାଇ ଦିଏ ? ତାହା ହେଲେ ?
 ପବନରେ ବାରମ୍ବାର ଦିଆସିଲି ଲିଭିଯାଉଥାଏ। ତଥାପି ଚେଷ୍ଟା ଜାରି ରଖିଥାଏ । ହେଲେ ବିଫଳ । ହେଲପର ପରିବା କୁ ନଧୋଇ କାଟୁଥିବା ଦେଖି ସଂକରା ବିରକ୍ତି ହୋଇ
ତୋତେ କଣ ଦେଖାଯାଉନି ପରିବା ଗୁଡାକ ମାଟି ଲାଗିଛି , ନ ଧୋଇକି କାଟୁଛୁ ! ଯା ଧୋଇକି କାଟ , ଏମିତିରେ ଧୋଇକି କାଟିବା ପାଇଁ ତୋତେ କେତେଥର କହିବି ? ତୋତେ ବୁଝା ପଡୁନି !
     ଦେଖ ସଂକରା ଭାଇ ! ଯେଉଁଠି ମଣିଷ ଦୁଇଦିନ ହେଲା ଗାଧେଇନାହିଁ ସେଠାରେ ଏଇ ପରିବା କଥା କହୁଛ ! ଯାହାତ ପାଣି ଆଣିଥିଲେ ପିଆ ପିଇ ରେ ଯାଉଛି ଯଦି ଏବେ ପରିବା ଧୋଇବା ପାଇଁ ବ୍ୟବହାର କରିବା ତା’ପରେ କ’ଣ ହେବ ତୁମେ ଭଲ ଭାବରେ ଜାଣିଛ |
         ପାଖରେ କିଛି ଉତ୍ତର ନଥିଲା କହିବାକୁ | ଏଣେ ଷ୍ଟୋଭ ନଜଳିବାକୁ ତେଣେ ପେଟର ଭୋକ ବଢ଼ିଗଲାଣି ଖାଲି ଚିଡ଼ି ଚିଡ଼ି ହେଉଥାଏ। ଠିକ ଏଇ ସମୟରେ ଜଂଗଲ ରୁ ଏକ ଲାଇଟ୍ ଦୃତ ଗତିରେ ଗୋଟିଏ ପାଖରୁ ଅନ୍ୟ ପାଖକୁ ଗତି କରିଲା ଆଉ ଷ୍ଟୋଭ ବି ହୁ. . . . . କରି ଜଳି ଉଠିଲା |ଏହା ଦେଖି ଦୁହେଁ ଭିଷଣ ଡରି ଯାଇଥିଲେ କିନ୍ତୁ ଶଂକରା ନଜାଣିଲା ପରି ନିଜ କାମରେ ବ୍ୟସ୍ତ ରହିଲା | କିନ୍ତୁ ହେଲପର ଶଙ୍କରା ପାଖକୁ ଆସି ପଚାରିଲା
  ଶଙ୍କରା ଭାଇ ଚାଲ ଆମେ ଏଠୁ ପଳାଇବା ଏଇ ଜାଗାଟା କିଛି ଠିକ୍ ଲାଗୁନି | ତୁମେ ଦେଖିଲନି ଲାଇଟ୍ ଟା କିପରି ଚାଲିଗଲା
      ତୁ ଯେମିତି ଭାବୁଛୁ ସେମିତି କିଛି ନାହିଁ । ପବନରେ ଷ୍ଟୋଭ ଟା ଲିଭୁଥିଲା କିନ୍ତୁ ତେଲ ଗ୍ୟାସ ହୋଇ ଉଡୁଥିଲା ସଠିକ୍ ସମୟରେ ଦିଆସିଲି ନିଆଁ ପାଇବାରୁ ଜଳି ଉଠିଲା ଏଥିରେ ଡରିବାର କ’ଣ ଅଛି ?
ଏଇଟା ଠିକ୍ କିନ୍ତୁ ଯେଉଁ ଲାଇଟ୍ ଟା ଚାଲିଗଲା ସେଇଟା ପୁଣି କଣ ?
      ବିଜୁଳି , ଆକାଶର ବିଜୁଳି ଦୃତ ଗତିରେ ମାରେ ବୋଲି କ’ଣ ଜାଣିନୁ ? ଏହା ଏକ ଭ୍ରମ ସୃଷ୍ଟି କରିଛି |
      ହେଲପର କୁ ବୁଝାଇ ଦେଲା ସିନା କିନ୍ତୁ ନିଜେ ଅବୁଝା ହୋଇ ରହିଯାଇଥିଲା ଶଙ୍କରା । ଡରରେ ପେଟର ଭୋକ ବି ମରି ସାରିଥାଏ |
କିନ୍ତୁ ରୋଷେଇ କରୁଥାଏ । ଠିକ୍ ଏଇ ସମୟରେ ସାମ୍ନା ପାଖରୁ ଗାଡ଼ିଟିଏ ଆସି ଅଟକି ଗଲା ତା’ଙ୍କ ପାଖରେ । ମନରେ ଆହୁରି ଭୟ ବଢ଼ିଗଲା ।
ଶଙ୍କରା ଉଠିଯାଇ ଦେଖେତ ପୋଲିସ ଗାଡ଼ି ପେଟ୍ରୋଲିଂ ପାଇଁ ଆସିଛନ୍ତି | ଶଙ୍କରା ଦିର୍ଘ ନିଶ୍ଵାସ ନେଇ ନିଜ ପକ୍ଷରୁ ମୁଣ୍ଡ କୁ କୁଣ୍ଡାଇ କହିଲା
    ସାର ଆଜ୍ଞା ଭୋକରେ ପେଟ ଟା ଜଳୁଥିଲା ଏଇଠି ବସିଗଲୁ ରୋଷେଇ ପାଇଁ ! ଏଯାଏଁ ରୋଷେଇ କରିପାରିନାହୁ ଆଜ୍ଞା । ଏବେ ଆରମ୍ଭ କରୁଛୁ ।
କିନ୍ତୁ ପୋଲିସ୍ ସବୁ କିଛି ଶୁଣିବାକୁ ନାରାଜ ଥିଲା । ନିକାଞ୍ଚ ଜଂଗଲ ସାଙ୍ଗକୁ ନୋ ପାର୍କିଙ୍ଗ ଜୋନ୍ ରେ ଗାଡ଼ି ରଖିଛ ମାନେ ତୁମକୁ ଫାଇନ ଦେବାକୁ ହେବ ,ନହେଲେ ଗାଡ଼ିକୁ ନେଇ ଥାନାକୁ ଯିବାକୁ ହେବ । କହି ପାଇସା ମାଗିବାକୁ ଲାଗିଲେ ପୋଲିସ ବାଲା ।
   ପୋଲିସ୍ ର କଥା ଶୁଣି ଶଂକରାର ଅକଲ ଗୁଡୁମ୍ , ପୋଲିସ ର ଏପରି ନିର୍ଦୟ ରୂପ ଦେଖି ସଙ୍କରା ଖାଲି ମନେ ମନେ ଭାବୁଥାଏ ”ସାଲା ଜଙ୍ଗଲର ଭୂତ ଭୟ ଠାରୁ ଏଇ ପୋଲିସ୍ ର ରୂପ ଟା ଭାରି ଭୟଙ୍କର ଭାରି ଖତରନାକ୍ ରେ । ଭୁତ ଖାଲି ଖାଲି ରେ ବଦନାମ , ଭୁତ ଖାଲି ଜୀବନ ନେଇପାରିବ ହେଲେ ଏଇ ପୋଲିସ୍ ତ ଜୀବନ ସହ ପୁରା ରକ୍ତକୁ ଶୋଷି ନେବେ ରେ ” କାନ ମୁଣ୍ଡ ଆଉଁସି ଟଙ୍କା ୫୦୦ ରେ କଥା ଛିଡ଼ିଲା । ତଥାପି ପୋଲିସ ରାଜି ହେଉନଥାଏ , ଶେଷରେ ୫୦୦ କୁ ବଢାଇ ଦେଇ ଶଙ୍କରା ତୁରନ୍ତ ଗାଡ଼ି କୁ ନେଇ ସ୍ଥାନ ଛାଡ଼ିଲା । ସେପାଖରୁ ପୋଲିସ୍ କହୁଥାଏ ହାରାମି ଡ୍ରାଇଭର ଆଜି ବଞ୍ଚିଗଲା ।
       ପେଟର ଭୋକ କିନ୍ତୁ କମିନଥାଏ କି ଖାଇବାକୁ ଆଉ କିଛି ଇଚ୍ଛା ନଥାଏ । ହେଲପର କୁ ଗାଡ଼ିଦେଇ ଚୁପ୍ ଚାପ୍ ବସିଥାଏ ସଂକରା | ଗାଡ଼ି ଜଂଗଲ ପାର କରି ଗାଁ ରେ ପସିଲା ଠିକ୍ ଏଇ ସମୟରେ କିଛି ଲୋକ ଆସି ଗାଡ଼ି ସାମ୍ନାରେ ପହଞ୍ଚିଲେ କ’ଣ ପାଇଁ ଆସିଲେ ସେ ବୁଝିପାରୁନଥାଏ | ହେଲପର ସଂକରାକୁ ପଚାରିଲା କ’ଣ କରିବା ?
      ସଂକରା ସେ ଲୋକଙ୍କ ଉପରେ ନଜର ପକାଇଲା ଦେଖିଲା ତାଙ୍କ ହାତରେ କିଛି ମାରଣା ଅସ୍ତ୍ର ଅଛି ପୁଣି ଛାତିରେ ଛନକା ପଶିଲା , ଡ୍ରାଇଭର ସିଟ୍ କୁ ଗଲା ସେ ଲୋକଙ୍କ ର ଇଶାରା ରେ ଗାଡ଼ିକୁ ଧିର କଲା ସେଲୋକ ମାନେ କଣ ଭାବିଲେ କେଜାଣି ଗାଡ଼ି କୁ ସାଇଡ଼ ଦେଲେ ଏହା ଦେଖି ଶଙ୍କରା ଗାଡ଼ିକୁ ଦୃତ ଗତିରେ ନେଇ ଆଗକୁ ବଢ଼ିବାରେ ଲାଗିଲା | ଅଭିସମ୍ଭାବି ବିପଦକୁ ଏଡାଇଥିବା ଭାବି ଦୁହେଁ ଖୁସିହେଲେ ସତ କିନ୍ତୁ ପାଖ ଆଇନା ରେ ପୁଣି କେହି ଆସୁଥିବା ଦେଖି ଗାଡ଼ିର ଗତି କୁ ବଢ଼ାଇବାରେ ଲାଗିଲେ ।
           ଗାଡ଼ିଟା ସହରକୁ ପ୍ରବେଶ କରିବା ବେଳକୁ ରାତି ପାହିସାରିଥିଲା । ଭିଡ ଭାଡ ବି ଅଧିକ ଥିଲା ,ରାତ୍ରିର ଅନିଦ୍ରା ବି ଶରୀରକୁ ଦୁଃବଳ କରିସାରିଥିଲା । ହେଲପରକୁ ଗାଡ଼ି ଦେଇ ଶଙ୍କରା ସିଟ୍ ଉପରେ ସୋଇଗଲା । କିଛି ସମୟର ନୀରବତା ପରେ ହଠାତ୍ ଗାଡ଼ିଟି ସାମ୍ନାରେ ଯାଉଥିବା ରଡ଼ ବୋଝାଇ ଗାଡ଼ି ର ରଡ଼ ଆସି ହେଲପର ର ଛାତିରେ ପସି ଆରପାର ହୋଇଯାଇଥିଲା । ଆଉ ଗାଡ଼ି ଟି ଡ଼ିଭାଇଡର ରେ ବାଜି ପଲଟି ଗଲା । ଶଂକରା ତଳେ ପଡ଼ି ଖଣ୍ଡିଆ ଖାବରା ହୋଇ ଏହିଥିଲା | ସେ ହେଲପର କୁ ଦେଖି ଉପାୟ ଶୂନ୍ୟ ହୋଇ ମାଳିକକୁ ଫୋନ୍ କରି ଦୈଡ଼ିବାରେ ଲାଗିଲା | ବିଲ ନାଳ କେନାଲ ସବୁକୁ ଖାତିରି ନ କରି ଦୈଡୁଥାଏ । ଯେମିତି ହେଲେ ପାଖ ପୋଲିସ୍ ଷ୍ଟେସନ କୁ ଯିବ | ସେ ଏମିତି ନକଲେ ଲୋକମାନେ ହେଲପର କୁ ବଞ୍ଚାଇବେନି ସତ ଗାଡ଼ିର ସବୁ ଜିନିଷ ପତ୍ର କୁ ବୋହି ନେଇ ଚାଲିଯିବେ |
       ସେ ଦୈଡ଼ି ଦୈଡ଼ି ପୋଲିସ୍ ଷ୍ଟେସନ ରେ ପହଞ୍ଚିବା ପୂର୍ବରୁ କାନରେ ବାଜିଲା …… ହାରାମି ଡ୍ରାଇଭରଟା ମରିଗଲା | ଲୋକମାନେ ସବୁ ତା ଗାଡ଼ିର ଜିନିଷ ପତ୍ର କୁ ଲୁଟି ନେଲେ ।
      ଶଙ୍କରା ଆଉ ଆଗକୁ ଦୈଡ଼ି ପାରିଲାନି ହିଡ଼ ମୁଣ୍ଡରେ ବସି ମୁଣ୍ଡରେ ହାତ ଥୋଇ କାନ୍ଦିବାରେ ଲାଗିଲା
         ଗାଡ଼ି ପାଖରେ ପୋଲିସ୍ , ମାଲିକ ପହଞ୍ଚିବା ବେଳକୁ ହେଲପର ର ଶରୀର ରଡ଼ରେ ଝୁଲୁଥିଲା |
                      😌😌😌
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ