କବିସୂର୍ଯ୍ୟ ସ୍ମୃତି କମିଟି ପକ୍ଷରୁ ଆଲୋଚନା ସଭା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ଅପରାହ୍ନ ରେ କବିସୂର୍ଯ୍ୟ ସ୍ମୃତି କମିଟି ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।ସ୍ମୃତି କମିଟି ଆବାହକ ଆଇନଜିବୀ କୁରେଶୁ ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଦିଗପହଣ୍ଡି ଗାନ୍ଧୀ ଛକ ରେ ଆସନ୍ତା ଫେବୃଆରୀ ୨ ତାରିଖ ମାଘ ମାସ ଶ୍ରୀ ପଞ୍ଚମୀ ତିଥିରେ କବିସୂର୍ଯ୍ୟ ବଳଦେବ ରଥ ଙ୍କ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳନ କରାଯିବା ନିମନ୍ତେ ସର୍ବସମ୍ମତ ନିଷ୍ପତ୍ତି ଗୃହୀତ କରାଯାଇଥିଲା। କବିସୂର୍ଯ୍ୟ ଙ୍କ ଜନ୍ମ ପୀଠ ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତ ବିଜୟ ନଗର ଗଡ ଠାରୁ ମଶାଲ ଶୋଭାଯାତ୍ରା ବିଭିନ୍ନ ଗ୍ରାମ ପରିକ୍ରମା କରି ସଭା ସ୍ଥଳ ରେ ପହଞ୍ଚିବା ପାଇଁ ସଭାରେ ନିଷ୍ପତ୍ତି ନିଆଯାଇଥିଲା।ଏହି ସଭାରେ ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼,ପୂର୍ବତନ ସରପଞ୍ଚ କେ. ସନ୍ତୋଷ କୁମାର ପାତ୍ର,ଆଇନଜିବୀ ଅଶେଷ ନାଥ ମିଶ୍ର,ମନୋରଞ୍ଜନ ପଣ୍ଡା,କବି ବୃନ୍ଦାବନ ପଣ୍ଡା,ପଦ୍ମଚରଣ ମେକାପ,ନୃତ୍ୟଗୁରୁ ଆଲୋକ ବିଷୋୟୀ,ଖବରଦାତା ବିନାୟକ ଦାସ,ସଞ୍ଜୀବ କୁମାର ପାତ୍ର,ସାମାଜିକ କର୍ମୀ ତାରା ପ୍ରସାଦ ପଟ୍ଟନାୟକ,ଶ୍ୟାମ ସୁନ୍ଦର ଦୋରା,ଉଜ୍ଜଳ କୁମାର ମହାନ୍ତି,ପ୍ରକାଶ ଚନ୍ଦ୍ର ପାତ୍ର, ସିମାଞ୍ଚଳ କର, ଡି.ନାଗେଶ ଦୋରା ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।