ଭଞ୍ଜସେନାର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ମୟୁରଭଞ୍ଜ (ମୁରାରୀ ମୋହନ ମହାପାତ୍ର ) ଭାରତବର୍ଷର ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସରେ ପ୍ରତିଷ୍ଠା ହୋଇଥିବା ମୟୁରଭଞ୍ଜ ଜିଲ୍ଲାର ଏକମାତ୍ର ସଂଗ୍ରାମୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି. ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନକ୍ରମେ ବୁଧୁବାର ଦିନ ଜିଲ୍ଲାରେ ଥିବା ବିଭିନ୍ନ ଛୋଟବଡ଼ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ସଂଗଠନ କର୍ମକର୍ତ୍ତା ମାନଙ୍କ ଦ୍ୱାରା ରୋଗୀଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯିବା ସହ ବାରିପଦା ଠାରେ ସଂଗଠନ ପକ୍ଷରୁ ମୟୁରଭଞ୍ଜର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ୯ ଦଫା ଦାବୀ ସମ୍ବଳିତ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରାଯାଇଥିଲା. ଗୁରୁବାର ଖିଚିଂ ସ୍ଥିତ ମୟୁରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ବରୀ ଦେବୀଙ୍କ ମନ୍ଦିର ସମେତ ସବୁ ଦେବାଦେବୀଙ୍କ ମନ୍ଦିରରେ ପୂଜାର୍ଚନା କରିବା ସହିତ ସଦର ମହକୁମା ବାରିପଦା ଠାରେ ସଂଗଠନର କର୍ମକର୍ତ୍ତା ମାନେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ. ପରେପରେ ମଧୁବନ ମାଆ ଭୈରବୀ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରା ସଂଗଠନର ଅଧକ୍ଷ୍ୟ ସଂଜୀବ ରାଉତଙ୍କ ତତ୍ୱାବଧାନରେ ସହର ପରିକ୍ରମା କରି ଛଉ ପଡିଆରେ ପହଞ୍ଚିଥିଲା. ସଂଗଠନର ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରାରେ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଅଧକ୍ଷ୍ୟ ସଂଜୀବ ରାଉତ, ଶୃଙ୍ଖଳା କମିଟୀ ଅଧକ୍ଷ୍ୟ ସତ୍ୟସ୍ୱରୂପ ଦାଶ, କାର୍ଯ୍ୟକାରୀ ଅଧକ୍ଷ୍ୟ ଅଞ୍ଜନ ବରାଳ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଦକ୍ଷିଣା ମହାନ୍ତ, କନିକା ବୋଷ, ଜିତେନ୍ଦ୍ର ହେମ୍ବ୍ରମ, ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଜିଲ୍ଲା ଆବାହକ ରାକେଶ ବେହେରା ପ୍ରମୁଖ ଯୋଗଦେଇ ମୟୁରଭଞ୍ଜର ହକ ପାଇଁ ଭଞ୍ଜସେନା ତାର ଲଢେଇ ଜାରି ରଖିବ ବୋଲି କହିଥିଲେ. ଶୋଭାଯାତ୍ରାରେ ଜିଲ୍ଲା ସଂଯୋଜକ ସାମନ୍ତ ଶେଖର ପାଲ, ଜିଲ୍ଲା ଉପସଭାପତି ସାଫଲ୍ୟ ମିଶ୍ର, ପ୍ରଶାନ୍ତ ମହାକୁଡ଼, ବାରିପଦା ସହର ସଭାପତି ରାକେଶ ମହାନ୍ତି, ମହମ୍ମଦ ଫିରୋଜ଼, ପ୍ରୀତମ ପଣ୍ଡା, ଧନଞ୍ଜୟ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ପୃଷ୍ଟି, ଜିଲ୍ଲା ଯୁବ ଶାଖା ସଭାପତି ଏସ. କେ. ରାଜାଖାନ, ଜିଲ୍ଲା ସଂଗଠନ ସମ୍ପାଦକ ଗଣେଶ ମହାନ୍ତି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ରବିନ ମହାନ୍ତି, ମୁଖପାତ୍ର ମାନସ ବେହେରା ପାଞ୍ଚପୀଢ ଉପଖଣ୍ଡ ସଭାପତି ମାଇକେଲ ମହାନ୍ତ, ବାରିପଦା ଉପଖଣ୍ଡ ସଂଯୋଜକ ପାରିତୋଷ ବାରିକ, ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁ, ଜିଲ୍ଲା ଛାତ୍ର ସଭାପତି କିଷାନ କୁମାର ସାହୁ, ଜିଲ୍ଲା କ୍ରୀଡା ସଂଯୋଜିକା ସୁଭଦ୍ରା ହେମ୍ବ୍ରମ, ରୁପାଲୀ ରୂପନ୍ବିତା ବେହେରା, ପ୍ରଶାନ୍ତ ମହାକୁଡ଼, ସଞ୍ଜୟ ମାହାନା, ସୁନୀଲ ମହାପାତ୍ର, ସଚିନ ସାଲାଂକ୍ଷୀ, ସଞ୍ଜୟ ମହାନ୍ତ, ଗୌରାଙ୍ଗ ଘଡେଇ ପ୍ରମୁଖଙ୍କ ସହିତ ସମଗ୍ର ଜିଲ୍ଲାରୁ ଦଶ ହଜାରରୁ ଉର୍ଧ୍ଵ ଯୁବଛାତ୍ର ସାମିଲ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ