ଅବସରପ୍ରାପ୍ତ ଶିକ୍ଷକଙ୍କ ଦେହାନ୍ତ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ଓଳଗ ପଞ୍ଚାୟତର ବୋଡକ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଗଣନାଥ ନାୟକ ୭୮ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ଧରି ଉଦର ଜନିତ ରୋଗରେ ପୀଡିତ ଥିଲେ । ସେ ପଡୋଶୀ କୟାଁଗୋଲା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶିକ୍ଷାଦାନ କରି ସେଠାରୁ ଅବସର ନେଇଥିଲେ । ସେ ଜଣେ ପରୋପକାରୀ, ଛାତ୍ର ବତ୍ସଳ, ସ୍ନେହୀ ଓ ଉଦାରମନା ଶିକ୍ଷକ ଥିଲେ । ଗ୍ରାମ ତଥା ଆଖପାଖ ଅଞ୍ଚଳରେ ସେ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ଥିଲେ । ତାଙ୍କ ଦେହାନ୍ତ ଖବରରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ପୂର୍ବତନ ସରପଞ୍ଚ କିଶୋର ନାୟକ, ସମାଜ ସେବୀ ଦୀପକ ରଞ୍ଜନ ବିଶ୍ବାଳ, ଅମୀୟ ବିଶ୍ବାଳ, ସନ୍ଦୀପ କୁମାର ନାୟକ, ଦୁଷ୍ମନ୍ତ ବାରିକ, ସୁବ୍ରତ ବିଳାସ, ରବୀନ୍ଦ୍ର ନାୟକ, ରାଜ କିଶୋର ବାରିକ, ଅନିଲ ନାୟକ, ବିବେକାନନ୍ଦ ବିଶ୍ବାଳ, ଗୌତମ ନାୟକ, ଦୀପ୍ତି ରଞ୍ଜନ ନାୟକ, ବଂଶୀଧର ମାଝୀ, ବିନୋଦ ମାଝୀ, ରଘୁନାଥ ଜେନା, ଧୃବ ଚରଣ ବେହେରା ପ୍ରମୁଖ ତାଙ୍କ ବାସସ୍ଥାନକୁ ଯାଇ ଶେଷ ଦର୍ଶନ କରିଥିଲେ । ପୁତ୍ର ପ୍ରକାଶ, ବିକାଶ, ପ୍ରଭାସ, ପ୍ରଦ୍ୟୁଷ ପିତାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ