ନୀଳାଦ୍ରିବିହାର ବରିଷ୍ଠ ନାଗରିକ ଟ୍ରଷ୍ଟ ପକ୍ଷରୁ ୭୬ ତମ ଗଣତନ୍ତ୍ର ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନୀଳାଦ୍ରିବିହାର ବରିଷ୍ଠ ନାଗରିକ ଟ୍ରଷ୍ଟ ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସମ୍ପାଦକ ବଂଶୀଧର ସେଠୀଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବନେତା ମନୋଜ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭାପତି ସାଧୁଚରଣ ସାମନ୍ତରାୟ, ମାନଗୋବିନ୍ଦ ସେଠୀ, ମାଗୁଣି ପାତ୍ର, ଅରୁଣ ଦେ, ମହିଳା କ୍ଲବର ସଭାନେତ୍ରୀ ଊଷାରାଣୀ ସେଠୀଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟା ଓ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ ।