ସନ୍ଥନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୭ ତମ ବାର୍ଷିକ ଉତ୍ସବ
ବରୀ, (ଚୈତନ୍ୟ ଜେନା):ବରୀ ବ୍ଲକ ଅନ୍ତର୍ଗତ ବାଇଁଶିରିଆ ପଂଚାୟତ ସନ୍ଥନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବାଲିଆପାଳର ୩୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବରୀ ତହସିଲଦାର ଡକ୍ଟର ମାନସ ରଞ୍ଜନ ସ୍ବାଇଁ, ଶିକ୍ଷାବିତ ଓ ପରିବେଶବିତ ଡକ୍ଟର ଗିରୀଶ ବିହାରୀ ମିଶ୍ର, ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ସୁବାଷ ଚନ୍ଦ୍ର ବିଶ୍ବାଳ, ୬୬୨ ବର୍ଗ କଲେଜ ସଙ୍ଘ ଉପସଭାପତି କୈଳାସ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନର ସମସ୍ୟା ଉପରେ ଆଲୋକପାତ କରିଥିଲେ। ବିଭିନ୍ନ ପ୍ରତ୍ଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିଧାୟକ ଶ୍ରୀ ମଲ୍ଲିକ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରି ସେମାନଙ୍କ ଉଜ୍ଵଳ ଭବିଷ୍ୟତ କାମନା କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ମା ଓ ମାଟି ପାଇଁ ଲକ୍ଷ ରଖି ଉଦ୍ୟମ ରଖିଲେ ଆମେ ନିଶ୍ଚିତ କୋଟିଏରେ ଗୋଟିଏ ହୋଇ ପାରିବା। ଏକାଗ୍ରତା ଉଦ୍ୟମତା ଆମକୁ ଆଗକୁ ବଢାଇବାରେ ବାଟ ଦେଖାଇବ ବୋଲି ନିଜ ଅଭିଭାଷଣରେ ମତ ଦେଇଥିଲେ। ସ୍ବର୍ଗତ ଅବଦୁଲ କାଲାମଙ୍କ ଭିଜନ ଟ୍ୱେଣ୍ଟି ଟ୍ୱେଣ୍ଟି ର ଏକ ବିସ୍ତୃତ ଝଲକ ପ୍ରତିପାଦନ କରିଥିଲେ ଶ୍ରୀ ମଲ୍ଲିକ ଯାହାକି ବେଶ ପ୍ରଂଶସନୀୟ ଥିଲା। ବିଦ୍ୟାଳୟର ବିକାଶ ପ୍ରତି ସେ ନିଶ୍ଚୟ ଧ୍ୟାନ ଦେବେ ଓ ଏଠାରେ ଏକ ପାଠାଗାର କିପରି ହୋଇପାରିବ ବୋଲି ନିଜ ଅଭିଭାଷଣରେ ପ୍ରତିଶୃତି ମଧ୍ୟ ଦେଇଥିଲେ। ସଭାକାର୍ଯ୍ୟକୁ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଦାଶ ପରିଚାଳନା କରୁଥିବା ବେଳେ ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ସଂଯୋଜନା କରିଥିଲେ । ଏହି ଅବସରରେ ବରୀ ବିଧାୟକଙ୍କୁ ବିଦ୍ୟାଳୟ ପକ୍ଷରୁ ନାଗରିକ ସମ୍ମାନରେ ମାନପତ୍ର ,ଉପଢୌକନ ଦିଆଯାଇ ସମ୍ମାନିତ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ଚିତ୍ତରଞ୍ଜନ ପରିଡାଙ୍କ ସ୍ମୃତିରେ ସ୍ୱୟଂଶ୍ରୀ ରାଉତଙ୍କୁ ଚଳିତ ବର୍ଷ ପାଇଁ ସ୍ମୁତି ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ କର୍ମକର୍ତା, କମିଟି ସଭ୍ୟ ଉପସ୍ଥିତି ରହି ସହଯୋଗ କରିଥିଲେ।