ସହୀଦ ଦିବସ ପାଳିତ
ନିମାପଡ଼ା,( ସନ୍ତୋଷ ଦାଶ): ପୁରୀ ଜିଲ୍ଲା ଚାରିଛକ ପ୍ରାଚୀ ସାହିତ୍ୟ ସଂସଦ ପକ୍ଷରୁ ଆଜି ତୁଳସୀପୁର ଲକ୍ଷ୍ମୀ ବଜାର ଠାରେ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ତିରୋଧାନ ଦିବସ ବା ସହୀଦ ଦିବସ ପାଳିତ ହୋଇଥିଲା। ଏହି ଉତ୍ସବ ରେ ସାହିତ୍ୟ ସଂସଦ ସଭାପତି ପ୍ରଫେସର ଗୋପୀନାଥ କର, ସଂପାଦକ ଡ଼ଃ. ସନ୍ତୋଷ ମିତ୍ର, ତୁଳସୀପୁର ଗ୍ରାମ୍ୟ କମିଟି ସଭାପତି ବନ ବିହାରୀ ଦାଶ, ପ୍ରାଧ୍ୟାପକ ପଞ୍ଚାନନ ସାହୁ, ଅଧ୍ୟକ୍ଷ ନିରୋଦ କୁମାର ତ୍ରିପାଠୀ, କୈଳାସ ତ୍ରିପାଠୀ, କ୍ଷମାନିଧି ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ମହାତ୍ମା ଙ୍କ ସ୍ମୃତି ଚାରଣ କରିଥିଲେ। ସମସ୍ତେ ମହାତ୍ମା ଙ୍କ ଅହିଂସା ନୀତି କୁ ଆପଣାଇଲେ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ।


