ମା କ୍ୱିଚକେଶ୍ବରୀଙ୍କ ମନ୍ଦିର ଦାନ ହୁଣ୍ଡୀ ଗଣତି

କରଞ୍ଜିଆ,(ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀ ଙ୍କ ଦାନ ହୁଣ୍ଡୀ ଆଜି ଗଣତି ହୋଇଛି ପୂର୍ବନିର୍ଧାରିତ ସମୟ ଅନୁଯାୟୀ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧକ୍ଷ୍ୟ ତଥା ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ଶୁକୃଳି ତହସିଲଦାର ଯତୀନ୍ଦ୍ର ନାଥ ସେଠୀ, ମନ୍ଦିର ପରିଛା ଅଜୟ କୁମାର ସାହୁ, ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସେକ୍ସନ ଅଫିସର ଧିରେନ ଭୋଇ, ଖିଚିଂ ବ୍ୟାଙ୍କ ଅଫ ଇଣ୍ଡିଆ ର ଶାଖା ପରିଚାଳକ , ରରୁଆଁ ଥାନା କର୍ମଚାରୀ ଙ୍କ ଉପସ୍ଥିତି ରେ ମନ୍ଦିର ଭିତର ଓ ମନ୍ଦିର ବାହାରେ ଅବସ୍ଥିତ ୨ଟି ହୁଣ୍ଡୀ କୁ ଖୋଳାଯାଇ ପର୍ଯ୍ୟାୟ କ୍ରମେ ଗଣତି କରାଯାଇଥିଲା ମନ୍ଦିର ବାହାରେ ଥିବା ବାହାର ହୁଣ୍ଡି ୯୧ ହଜାର ୮୩୫ ଟଙ୍କା ଓ ଭିତର ହୁଣ୍ଡି ୫ ଲକ୍ଷ୍୧୬ ହଜାର ୭୫୫ ଟଙ୍କା ସମେତ ମୋଟ ୬ ଲକ୍ଷ ୮ ହଜାର ୫୯୦ ଟଙ୍କା କୁ ମାଆଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଜମା କରାଯାଇଥିବା ଓ ହୁଣ୍ଡିରୁ ୨ ଗ୍ରାମ ୭୭୦ ମିଲି ଗ୍ରାମସୁନା ଅଳଙ୍କାର ଓ ୨୬ ଗ୍ରାମ ୪୬୦ ମିଲି ଗ୍ରାମ ରୂପା ରୁପା ଅଳଙ୍କାର ମିଳିଥିବା ଉପଜିଲ୍ଲାପାଳ ପ୍ରେମାଂଶୁଚାନ୍ଦ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ