କୁଚିଣ୍ଡା ରେ ବିକଶିତ ଗାଁ ବିକଶିତ ଓଡିଶା ଲୋକାର୍ପିତ ଉତ୍ସବ

କୁଚିଣ୍ଡା, (ରିଙ୍କୁ କୁସୁମ);ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଟାଉନ ହଲ ରେ ବିକଶିତ ଗାଁ ବିକଶିତ ଓଡିଶା ଲୋକାର୍ପିତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୋଗଦେଲେ କୁଚିଣ୍ଡା ଉପଜିଲ୍ଲାପାଳ ପାଳ ଡ଼ଃ ଗୌରବମୟ ପଧାନ, କୁଚିଣ୍ଡା ବ୍ଲକ ଅଧକ୍ଷ ଭୁବନେଶ୍ୱର କିସାନ,କୁଚିଣ୍ଡା ବିଡ଼ିଓ ଜୟନ୍ତ ସାହୁ,ସହସିଲଦାର ମିତାଲି ମଧୁମିତା ଦଳେଇ,ଏମ୍ ପି ନୋମିନି ରୁଦ୍ରପ୍ରତାପ ଦେଓ,ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟରାଜ କିସାନ, ଏବଂ ଟି ପଞ୍ଚାୟତ ରୁ ସରପଞ୍ଚ,ସମିତି ସଭ୍ୟ,ସଭ୍ୟା ଓ ସି ଆର ପି,ପ୍ରାଣୀମିତ୍ର,ସ୍ୱୟଂ ସହାୟକ ଗୋଷ୍ଟି ର କର୍ମ କର୍ତ୍ତା ମାନେ ଏବଂ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଜନସାଧାରଣ ପ୍ରମୁଖ ବିକଶିତ ଗାଁ ବିକଶିତ ଓଡିଶା ଲୋକାର୍ପଣ ଉତ୍ସବ ରେ ଯୋଗଦେଇଥିଲେ । ଏହି ଯୋଜନା ଗ୍ରାମୀଣ ଓଡ଼ିଶାର ସାମଗ୍ରିକ ବିକାଶଧାରାକୁ ଆଗେଇ ନେବା ସହ ଗ୍ରାମ ଏବଂ ସହରରେ ଉପଲବ୍ଧ ହେଉଥିବା ବିଭିନ୍ନ ସେବା ଓ ସୁବିଧାର ଅନ୍ତରକୁ କମ କରିବାରେ ସାହାଯ୍ୟ କରିବ ବୋଲି ମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମ ରେ କହିଥିଲେ।ଗ୍ରାମାଞ୍ଚଳର ବିକାଶ ବିନା ଦେଶର ବିକାଶ ଅସମ୍ଭବ। ତେଣୁ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵ ଏବଂ ଦୂରଦୃଷ୍ଟି ଦ୍ଵାରା ଆଜି ଦେଶରେ ଗ୍ରାମାଞ୍ଚଳର ଭିତ୍ତିଭୂମି ସୁଦୃଢ, ସ୍ବଚ୍ଛ ଭାରତ ଅଭିଯାନ ହେଉ ବା ଉଜ୍ଜଳା ଯୋଜନାରେ LPG ସଂଯୋଗ ହେଉ, ପକ୍କା ରାସ୍ତା ହେଉ ବା ସ୍ବଚ୍ଛ ପାନୀୟ ଜଳ ହେଉ – ଏଭଳି ଅନେକ ଜନକଲ୍ଯାଣକାରୀ ଯୋଜନା ଦେଶରେ କାର୍ଯ୍ୟକାରୀ ହେଉଛି। ଯାହାକି ଗ୍ରାମାଞ୍ଚଳର ବିକାଶକୁ ନୂତନ ଗତି ଦେବାରେ ସହାୟକ ହୋଇଛି ଏହା ମଧ୍ୟ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେନ୍ସ ମାଧ୍ୟମ ରେ କହିଥିଲେ।ଲୋକଙ୍କ ସରକାର ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ ନିର୍ମାଣ ପାଇଁ ପରିକଳ୍ପନା କରିଛନ୍ତି। ଏହାକୁ ସାକାର ରୂପ ଦେବା ନିମନ୍ତେ “ବିକଶିତ ଗାଁ, ବିକଶିତ ଓଡ଼ିଶା” ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଆଗାମୀ ୫ବର୍ଷ ପାଇଁ ମୋଟ ୫ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଯୋଜନା ମାଧ୍ୟମରେ ଶିକ୍ଷା, କ୍ରିଡ଼ା, ଗମନାଗମନ, କ୍ଷୁଦ୍ର ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ସହ ସାଂସ୍କୃତିକ କେନ୍ଦ୍ର, କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର ଇତ୍ୟାଦି ନିର୍ମାଣ କରାଯିବ। ଯାହାକି ଲୋକଙ୍କ ଭାଗିଦାରୀ ଏବଂ ସରକାରଙ୍କ ସହଯୋଗ ଦ୍ଵାରା ଗ୍ରାମଞ୍ଚଳର ମୌଳିକ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ “ବିକଶିତ ଗାଁ, ବିକଶିତ ଓଡ଼ିଶା” ହେଉଛି ପ୍ରକୃତରେ ମାନନୀୟ ମୋଦୀ ଜୀଙ୍କ ମନ୍ତ୍ର, “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ”ର ଏକ ଶ୍ରେଷ୍ଠ ନିଦର୍ଶନ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ