ସହକାରୀ କୃଷି ଅଧିକାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ନିମାପଡା,( ସନ୍ତୋଷ ଦାଶ) ପୁରୀ ଜିଲ୍ଲା ଗୋପ ବ୍ଲକ ର ସହକାରୀ କୃଷି ଅଧିକାରୀ ଚନ୍ଦ୍ର ଶେଖର ଦାଶ ଙ୍କୁ କୃଷି କାର୍ଯ୍ୟାଳୟ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଗୋପ ବ୍ଲକ କୃଷି ଅଧିକାରୀ ଜୟଲଷ୍ମୀ ସାହୁ ଙ୍କ ତତ୍ୱାବଧାନରେ ଆୟୋଜିତ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ରେ ବ୍ଲକ ର ସମସ୍ତ କୃଷି କର୍ମଚାରୀ ଓ କୃଷି ଓଭରସିଅର ସମେତ ଆତ୍ମା କର୍ମଚାରୀ ମାନେ ଯୋଗ ଦେଇଥିଲେ।କାର୍ଯ୍ୟାଳୟ ପକ୍ଷରୁ ଶ୍ରୀ ଦାଶ ଙ୍କୁ ଉତ୍ତରୀୟ ଓ ଶ୍ରୀ ଜଗନ୍ନାଥ ଙ୍କ ପଟ୍ଟଚିତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇ ଥିଲା।ସେହିପରି ଗୋପ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଅନିଲ କୁମାର ମହାନ୍ତି ଙ୍କ ନେତୃତ୍ୱରେ କୃଷି ଅଧିକାରୀ ଶ୍ରୀ ଦାଶ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଶ୍ରୀ ଦାଶ ୧୯୮୪ ମସିହା ରେ କୃଷି କର୍ମଚାରୀ ଭାବେ ନିଯୁକ୍ତି ପାଇ ପରେ ଓଭରସିଅର ତାପରେ ସହକାରୀ କୃଷି ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।ତାଙ୍କ କାର୍ଯ୍ୟକଳାପ, ବ୍ୟବହାର ଓ ସହଯୋଗ ତାଙ୍କୁ ବେଶ ସୁନାମ ଆଣି ଦେଇଥିଲା।ତାଙ୍କ ର ଆଗାମୀ ଦିନ ଗୁଡିକ ସୁଖମୟ ହେଉ ବୋଲି ଗୋପ ତହସିଲଦାର ଅନିଲ କୁମାର ମହାନ୍ତି ଓ ଗୋପ ବ୍ଲକ କୃଷି ଅଧିକାରୀ ଜୟଲଷ୍ମୀ ସାହୁ ତାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ପ୍ରକାଶ କରିଥିଲେ।