ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ
କୋଦଳା,(ବାପୁନି କୁମାର ମାଲୁ):ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓଡିଶା ସରକାରଙ୍କ ନୂତନ ଯୋଜନା ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ପାଞ୍ଚ ବର୍ଷ ପାଇଁ ପାଞ୍ଚ ହଜାର କୋଟି ବ୍ୟୟ ବରାଦ କରାଯିବ ବୋଲି କହିଥିଲେ । ସେହିକ୍ରମରେ ବେଗୁନିଆପଡା ବ୍ଲକ ପରିସରରେ ଆଭାସୀ ମାଧ୍ୟମରେ ଯୋଡିହୋଇ କବିସୂର୍ଯ୍ୟନଗର ନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ବିଧାୟକ । ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଗାଁ ର ବିକାଶ ହେଲେ ଓଡିଶାର ବିକାଶ ହୋଇପାରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବେଗୁନିଆପଡା ବିଡ଼ିଓ ସସ୍ମିତା ଶତପଥି , ଏବିଡ଼ିଓ ନିରଞ୍ଜନ ବେହେରା, ଜିଲ୍ଲା ପରିଷଦ ସଦସ୍ୟା ବିନୋଦିନୀ ସ୍ୱାଇଁ, ବରିଷ୍ଠ ନେତା ଚିତ୍ରସେନ ପରିଡା, ସତୀଶ ରଞ୍ଜନ ତାରିଣୀ, ସହକାରୀ ଯନ୍ତ୍ରୀ ସସ୍ମିତା କର ଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ବହୁ ଜନ ପ୍ରତିନିଧି ସରକାରୀ କର୍ମଚାରୀ ଓ ମିଶନ ଶକ୍ତି ର ମହିଳାମାନେ ଯୋଗ ଦେଇଥିଲେ l