ନିଶାସକ୍ତ ବାପାର ଉନ୍ମତକାଣ୍ଡ ପୁଅକୁ ଛୁରୀ ଭୁଷି ହତ୍ୟା ଉଦ୍ୟମ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ସଭ୍ୟ ସମାଜରେ ନିଶା ସେବନ କେତେ ଯେ ଭୟଙ୍କର ତାହା ବିଭିନ୍ନ ଘଟଣାରୁ ପ୍ରମାଣିତ ହୋଇଛି। ମଦ୍ୟପ ବାପା ସ୍ତ୍ରୀ ସହ ଛଗଡା କରିବା ପରେ ହିତାହିତ ଜ୍ଞାନ ଭୁଲି ଯାଇ ନିଜ ସାନପୁଆକୁ ଏକ ଧାରୁଆ ଛୁରୀରେ ଅତର୍କିତ ଭାବେ ହତ୍ୟା ଉଦ୍ୟମ କରିଛି। ବୁଧବାର ଏଭଳି ଏକ ଅଭାବନୀୟ ଘଟଣା ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। ନିଶାଶକ୍ତ ବାପା ମନୋଜର ଆକ୍ରମଣରେ ଗୁରୁତର ଆହତ ହୋଇଛି ନାବାଳକ ପୁଅ ସୁମନ ବେହେରା (୧୦) । ଆହାତଙ୍କ ମା ବାସନ୍ତି ବେହେରା ଘଟଣାକୁ ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି।‌ ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।‌
ସୁଚନା ଅନୁଯାୟୀ ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ମନୋଜ ବେହେରା ଓ ସ୍ତ୍ରୀ ବାସନ୍ତିଙ୍କ ମଧ୍ୟରେ ଗତ ୫ଧରି ପାରିବାରିକ କଳହ ଲାଗି ରହିଛି। ବିଭିନ୍ନ ସମୟରେ ଛୋଟ ଛୋଟ ଘଟଣାକୁ କେନ୍ଦ୍ର କରି ମନୋଜ, ସ୍ତ୍ରୀ ବାସନ୍ତିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଗତ ୭ ମାସ ପୂର୍ବେ ସ୍ବାମୀଙ୍କ ନିର୍ଯାତନା ସହ୍ୟ କରିନପାରି ବାସନ୍ତୀ ୨ପୁଅ ଶିବ (୧୩) ଓ ସୁମନ(୧୦) ଙ୍କୁ ସାଥିରେ ନେଇ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ଭୁବନେଶ୍ବର ଚାଲି ଯାଇଥିଲେ। ଶନିବାର ମନୋଜ ଭୂବନେଶ୍ବରରେ ପହଞ୍ଚି ଭବିଷ୍ୟତରେ ଏଭଳି ଘଟଣା ନକରିବାକୁ ପ୍ରତିଶୃତି ଦେବା ସହ ସ୍ତ୍ରୀ ଓ ୨ ପୁଅଙ୍କୁ ସାଙ୍ଗରେ ନେଇ ସୋମବାର ଗାଁ କୁ ଫେରିଥିଲେ। ମଙ୍ଗଳବାର କୈାଣସି କଥାକୁ କେନ୍ଦ୍ର କରି ସ୍ବାମୀ – ସ୍ତ୍ରୀ ଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା। ଏଥିରେ ମନୋଜ ଉତ୍ୟକ୍ତ ହୋଇ ୨ ପୁଅକୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ। ବାପାଙ୍କ ହତ୍ୟା ଧମକ ଶୁଣି ୨ ପୁଅ ଘରୁ ବାହାରକୁ ଚାଲି ଯାଇଥିଲେ। ବୁଧବାର ମନୋଜ ମଦ ନିଶାରେ ଚୁର ହୋଇ ଗାଁ ଦାଣ୍ଡରେ ଯାଉଥିବା ବେଳେ ସାନପୁଅ ସୁମନ ଖେଳୁଥିବା ଦେଖି ଧରିଥିବା ଏକ ଧାରୁଆ ଛୁରୀରେ ମୁହଁକୁ ଆକ୍ରମଣ କରିଥିଲା। ଆକ୍ରମଣରେ ସୁମନ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡିଯିବା ପରେ ଆକ୍ରମଣକାରୀ ବାପା ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଖବର ପାଇ ବାସନ୍ତି ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ପୁଅ ସୁମନ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ପରେ ଘଟଣା ନେଇ ବାସନ୍ତି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ