ସ୍କୁଲ ସମୟରେ ଅଳିଆ ସଫା କରୁଛନ୍ତି ବିଦ୍ୟାର୍ଥ
କୋଦଳା,(ବାପୁନି କୁମାର ମାଲୁ):ଅନ୍ଧକାର ଭିତରକୁ ଗତି କରୁଛି ସରକାରୀ ବିଦ୍ଯାଳୟର ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ। ଅଭିଭାବକ ମାନେ କେତେ ଆଶା ନେଇ ବିଦ୍ଯାଳୟକୁ ଛାଡୁଛନ୍ତି। ପିଲାଟି ଶିଖିତ ହୋଇ ଭବିଷ୍ୟତ ଗଢିବା ପାଇଁ ବାପା ମା ସ୍ବପ୍ନ ଦେଖନ୍ତି ।ହେଲେ ସରକାରୀ ସ୍କୁଲରେ ପିଲାମାନଙ୍କୁ ଉଚିତ୍ ଶିକ୍ଷା ଦିଆଯାଉଛି ତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ଦୃଶ୍ୟକୁ ଟିକେ ଭଲ ଭାବରେ ନଜର ପକାନ୍ତୁ । ରାସ୍ତାରେ ବୁଲୁଛନ୍ତି ଛାତ୍ର । ଖାଲି ବୁଲୁ ନାହିଁନ୍ତି ସ୍କୁଲର ଡଷ୍ଟବିନ୍ ସଫା କରି ରାସ୍ତା କଡରେ ଆବର୍ଜନା ପକାଇବା ପାଇଁ ଏମାନଙ୍କୁ କୁଆଡ଼େ ସାର୍ କହିଛନ୍ତି । ଆଉ ଏଇ ବାହାନାରେ କିଏ ପୋଖରୀକୁ ଗଲାଣି ତ ଆଉ କିଏ ଲଗାମ୍ ଛଡା ହୋଇ ବୁଲୁଛି। ଏ ହେଉଛି ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଚନ୍ଦନପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସ୍କୁଲ ହତା ମଧ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲ କାମ କରାଇବା କିଛି ଅଲଗା କଥା। ହେଲେ ବିଦ୍ୟାଳୟ ବାହାରକୁ ଯାଇ ଏମାନଙ୍କୁ ଶ୍ରମିକ କାମ କରିବାକୁ ପ୍ରଧାନ ଶିକ୍ଷକ କିପରି ନିର୍ଦେଶ ଦେଲେ ତାହା ଏକ ବଡ଼ ପ୍ରଶ୍ନ। ଯଦି ରାସ୍ତା, ପୋଖରୀ କିମ୍ବା ସ୍କୁଲ ବାହାରେ କିଛି ଅଘଟଣ ଘଟିବ ତେବେ କିଏ ଦାୟୀ ରହିବ? ତେବେ ଏକଥାକୁ କିନ୍ତୁ ମାନିବାକୁ ପ୍ରଧାନ ଶିକ୍ଷକ ନାରାଜ। ଗୋଟିଏ ପଟେ ସରକାରୀ ବିଦ୍ଯାଳୟର ଶିକ୍ଷକ ମାନେ ମୋଟା ଅଙ୍କର ଦରମା ପାଉଛନ୍ତି। ପ୍ରାଇଭେଟ୍ ସ୍କୁଲର ଶିକ୍ଷକ ମାନେ ସ୍ଵଳ୍ପ ଦରମା ପାଉଥିଲେ ମଧ୍ୟ ଭଲ ରେଜଲ୍ଟ ଦେଇଥାନ୍ତି ।ଏଣୁ ସରକାରୀ ବିଦ୍ଯାଳୟ ଗୁଡିକରେ ପିଲେ କାହିଁକି ଆଗ୍ରହ ପ୍ରକାଶ କରୁନାହାନ୍ତି ତାହା ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି।