ନିପୁଣ ଓଡିଶା ମେଳା

ଶେରଗଡ, (ଅନୀଲ କୁମାର ପଣ୍ଡା):ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମହୁପଦର ପରିସରରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଈଯାଈଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦଣ୍ଡପାଣି ପ୍ରଧାନ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଟୁକୁନା ଦାସ ଯୋଗ ଦେଈ ମେଳାର ଉଦ୍ଦେଶ୍ୟ ଏବଂ ନୂତନ ଶିକ୍ଷା ନୀତି ର ରୂପରେଖ ଉପରେ ଆଲୋଚନା କରିଥିଲେ। ମୂଖ୍ୟ ବକ୍ତା ରୂପେ ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ଗୌଡ,ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ସମିତି ସଭ୍ୟା ଶ୍ରୀମତି କୁମାରୀ ସେଠି,ପୂର୍ବତନ ଶିକ୍ଷକ ଗୁରୁନାଥ ଗୌଡ ପ୍ରମୁଖ ଯୋଗ ଦେଈଥିଲେ। ସିଆରସିସି ଆଲୋକ କୁମାର ଷଢଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ମେଳାରେ ୪ ଟି ଷ୍ଟଲ ଏବଂ ୪ ଟି ଶିକ୍ଷଣୀୟ କେନ୍ଦ୍ର ଖୋଲା ଯାଈଥିଲା। ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ ସହିତ ପ୍ରମାଣପତ୍ର ପ୍ରଦାନ କରାଯାଈଥିଲା। ଏଥିରେ କ୍ଲଷ୍ଟର ର ପ୍ରତ୍ୟେକ ବିଦ୍ୟାଳୟ ରୁ ୧୦ ଜଣ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ଓ ଜଣେ ଶିକ୍ଷକ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ମହୁପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ