ବ୍ଲକ ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ
ଶେରଗଡ, (ଅନୀଲ କୁମାର ପଣ୍ଡା):ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳର ନେତା ଙ୍କ ନିର୍ଦ୍ଦେଶ କ୍ରମେ ଶେରଗଡ ବ୍ଲକ ର ବରିଷ୍ଠ କର୍ମକର୍ତ୍ତା ମାନଙ୍କୁ ନେଇ ରବିବାର ଏକ କର୍ମୀ ସମ୍ମିଳନୀ ନରେନ୍ଦ୍ରପୁର ପଞ୍ଚାୟତ ମା କରଞ୍ଜେଈ ପୀଠ ରେ ଅନୁଷ୍ଠିତ ହୋଈଯାଈଛି। ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ ଦୀପ ପ୍ରଜ୍ଜ୍ବଳନ କରି ଏହି କର୍ମୀ ସମ୍ମିଳନୀ ର ଶୁଭାରମ୍ଭ କରିଥିଲେ। ମୂଖ୍ୟ ଅତିଥି ଭାବେ ଆସିକା ଲୋକସଭା ର ବିଜେଡି ସାଂସଦ ପ୍ରାର୍ଥିନୀ ଶ୍ରୀମତି ରଞ୍ଜିତା ସାହୁ, ବିଧାୟକ ଙ୍କ ଡିଆରଡିଏ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ବିଧାୟକ ଙ୍କ ଶେରଗଡ ବ୍ଲକ ପ୍ରତିନିଧି ଦିଗାମ୍ବର ନାହାକ, ବିଜେଡି ବ୍ଲକ ସଭାପତି ଶରତଚନ୍ଦ୍ର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଞ୍ଜନ ପାଣିଗ୍ରାହୀ, ବରିଷ୍ଠ ବିଜେଡି ନେତା ହୀନ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ବର୍ତ୍ତମାନ ଦଳ ରେ ଥିବା ଅନ୍ତଃକନ୍ଦଳ କୁ ଦୂର କରିବା ଏବଂ ପ୍ରତ୍ୟେକ ପଞ୍ଚାୟତ ରେ ଥିବା ଫାଟ କୁ ଯୋଡି ମଜଭୂତ କରି ଆଗାମୀ ଦିନରେ ଆସୁଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଏକତ୍ରିତ ହୋଇ କାମ କରି ପୁଣି ବିଜେଡି କୁ ଆଗକୁ ନେବା ଲାଗି ସମସ୍ତ ଙ୍କୁ ଆହ୍ୱାନ କରିଥିଲେ। ସରକାରଙ୍କ ଜନମାରଣ ନୀତି ବିରୋଧରେ ଜନ ସଚେତନତା ଲାଗି ଘରକୁ ଘର ଯାଇ ସାଙ୍ଗଠନିକ କାର୍ଯ୍ୟକ୍ରମ ଖସଡା ପ୍ରସ୍ତୁତି କରିବା ଲାଗି ଆଜିର ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରାଯାଈଥିଲା। ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ପ୍ରତିନିଧି,ବରିଷ୍ଠ ନେତୃବୃନ୍ଦ, ଯୁବ ବିଜେଡି ନେତା ବାସୁଦେବ ସ୍ବାଈଁ, ବ୍ଲକ ଉପାଧ୍ୟକ୍ଷା ଙ୍କ ପ୍ରତିନିଧି କାହ୍ନୁଚରଣ ପଟ୍ଟନାୟକ ଙ୍କ ସହ ବହୁତ ଦଳୀୟ ଉପସ୍ଥିତ ଥିବା ବେଳେ ଗଞ୍ଜାମ ଜିଲ୍ଲା ଛାତ୍ର ବିଜେଡି ଉପସଭାପତି ଦିବାକର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।