ଭଞ୍ଜନଗର ପଞ୍ଚାୟତ ସମିତିର ତୃତୀୟ ସାଧାରଣ ବୈଠକ ଅନୁଷ୍ଠିତ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ସୋମବାର ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପଞ୍ଚାୟତ ସମିତିର ତୃତୀୟ ସାଧାରଣ ଅଧିବେଶନର ସଭାଧ୍ୟକ୍ଷ ନରୀସଭା ନାୟକଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୈଠକରେ ଯୋଗ ଦେଇଥିବା ମୁଖ୍ୟ ଅତିଥି ବିଧାୟକ ପ୍ରଦ୍ଯୁମ୍ନ କୁମାର ନାୟକ , କନ୍ଧମାଳ ସାଂସଦ ପ୍ରତିନିଧି ରବୀନ୍ଦ୍ର କୁମାର ଗୌଡ଼,ଭାରପ୍ରାପ୍ତ ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଘୁମୁସର ର ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଏବଂ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ସହ ସ୍ଵାଗତ ଜଣାଇଥିଲେ । ଏହା ପରେ ସଭାଧ୍ୟକ୍ଷ ସମସ୍ତ ଜନପ୍ରତିନିଧିମାନଙ୍କୁ ସ୍ଵାଗତ ଜଣାଇ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପ୍ରକାରେ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ପୂର୍ବ ବୈଠକର ବିବରଣୀ ପ୍ରିୟଦର୍ଶିନୀ ମଲ୍ଲିକ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଠନ କରିଥିଲେ । ସଭାରେ ବିଭିନ୍ନ ବିଭାଗରୁ ଯଥା ସହକାରୀ ଯନ୍ତ୍ରୀ ପାନୀୟ ଜଳ ଏବଂ ପରିମଳ ବିଭାଗ, ଭଞ୍ଜନଗର, ସ୍ୱାସ୍ଥ୍ୟ ଅଧିକାରୀ ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଗାଲେରୀ, ଗୋଷ୍ଠୀ କୃଷି ଅଧିକାରୀ, ଭଞ୍ଜନଗର, ସହକାରୀ ମତ୍ସ୍ୟ ଅଧିକାରୀ, ଭଞ୍ଜନଗର, ସହକାରୀ ଉଦ୍ୟାନ ଅଧିକାରୀ, ଭଞ୍ଜନଗର, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ , ଭଞ୍ଜନଗର, ସହକାରୀ ଯନ୍ତ୍ରୀ ବିଦ୍ୟୁତ୍ ଯୋଗାଣ ଓ ସହକାରୀ ଯନ୍ତ୍ରୀ କ୍ଷୁଦ୍ର ଜଳ ସେଚନ, ଭଞ୍ଜନଗର ଅଂଶଗ୍ରହଣ କରି ନିଜ ନିଜ ବିଭାଗର ଯୋଜନା ବିଷୟରେ ସବିଶେଷ ବିବରଣୀ ଦେଇଥିଲେ । ଏହା ପରେ ନିତ୍ୟାନନ୍ଦ ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ, ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ସବିଶେଷ ବିବରଣୀ ଦେଇଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ବିଧାୟକ ଶ୍ରୀ ନାୟକ ନିଜ ମତ ଉପସ୍ଥାପନ କରିଥିଲେ ଏବଂ ଉନ୍ନୟନ କାର୍ଯ୍ୟ ସମ୍ପର୍କେ ବ୍ଲକ ପ୍ରଶାସନ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।
ସଭା ଶେଷରେ ସଭାଧ୍ୟକ୍ଷ ନରୀସଭା ନାୟକ ଉପସ୍ଥିତ ବିଧାୟକ ,ଭଞ୍ଜନଗର, କନ୍ଧମାଳ ସାଂସଦ ପ୍ରତିନିଧି, ସମସ୍ତ ଜ଼ିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା, ଅଧ୍ୟକ୍ଷ/ ଉପାଧ୍ୟକ୍ଷା, ସମସ୍ତ ସମିତି ସଭ୍ୟ/ସଭ୍ୟା, ସମସ୍ତ ସରପଞ୍ଚ ଏବଂ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ, ବ୍ଲକ କର୍ମଚାରୀଙ୍କୁ ଉପସ୍ଥିତି ଓ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ ଘୋଷଣା କରାଗଲା ।ଉକ୍ତ କାର୍ଯ୍ୟକ୍ରମର ସଂଯୋଜନାର ଦାୟିତ୍ୱ ପ୍ରତାପ କୁମାର ସାହୁ, ଅତିରିକ୍ତ ପ୍ରୋଗ୍ରାମ ଅଫିସର ଏବଂ ଶ୍ରୀମତୀ ପ୍ରିୟଦର୍ଶିନୀ ମଲ୍ଲିକ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ