ବିଜେପି ପକ୍ଷରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟ ତିଥି ବା ସମର୍ପଣ ଦିବସ ପାଳିତ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ଜନ ସଂଘର ପ୍ରତିଷ୍ଠାତା ମହାନ ରାଷ୍ଟ୍ର ନାୟକ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟ ତିଥି କୁ ସମର୍ପଣ ଦିବସ ଭାବେ ବିଜେପି ପକ୍ଷରୁ ପାଳିତ ହୋଇଯାଇଛି । ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ ଙ୍କ ଅଧ୍ୟକ୍ଷତାରେ କରଞ୍ଜିଆ ପୁର୍ନେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବରିଷ୍ଠ ନେତା ନବକିଶୋର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ ମହାନ୍ତ,ନଗର ମଣ୍ଡଳ ସଭାପତି ସମ୍ବିଧାନ ମହାପାତ୍ର, ଜିଲ୍ଲା ନାରୀନେତ୍ରୀ ଜ୍ୟୋସ୍ନାରାଣୀ ମହାନ୍ତ, ଲକ୍ଷ୍ମୀ ଝା, ଲଷ୍ମୀକାନ୍ତ ରାମ, ଇଂ ମନୋଜ ସେଠୀ,କ୍ଷୀରୋଦ ମହାନ୍ତ,ଜ୍ୟୋତି ଶଙ୍କର ଦାସ, ମଳୟ ବାରିକ, ଯୁବ ମୋର୍ଚା ସଭାପତି ମାଧବ ଦେହୁରୀ, ପ୍ରମୁଖ ଙ୍କସହିତ ଶତାଧିକ କାର୍ଯ୍ୟକର୍ତା ଯୋଗଦେଇ ଥିଲେ
ସେହି ପରି ରସମତଳା ଠାରେ ତାଟୋମଣ୍ଡଳ ସଭାପତି ଦିଲ୍ଲୀପ ମହାନ୍ତ ଙ୍କ ସଭାପତିତ୍ୱ ରେ ପୂର୍ବତନ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ, ଗ୍ରାମୀଣ ମଣ୍ଡଳ ସଭାପତି ସୁନାମନି ହୋ,ଯୁବ ନେତା ଦେବେନ୍ଦ୍ର ମହାନ୍ତ, ସଞ୍ଜୀବ ପାଣିଗ୍ରାହୀ,ମନୋଜ ମହାନ୍ତ, ଉମେଶ ଚନ୍ଦ୍ର ବେହେରା, ସମ୍ପଦ ସେଠୀ ଙ୍କ ସହିତ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ଉଭୟ କାର୍ଯ୍ୟକ୍ରମ ରେ ଦିନଦୟାଲ ଉପାଧ୍ୟାୟଙ୍କ ତ୍ୟାଗ ତପସ୍ୟା ଓ ବଳିଦାନ ଯୋଗୁଁ ଆଜି ପରମ ବୈଭବଶାଳି ରାଷ୍ଟ୍ର ଗଠନ ସମ୍ଭବ ହୋଇ ପାରିଛି ବୋଲି କହିଥିଲେ । ପ୍ରାରମ୍ଭରେ ଭାରତମାତା ଓ ଦିନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ରାଷ୍ଟ୍ର ବନ୍ଦନା ଗାନ କରାଯାଇଥିଲା । ବକ୍ତା ମାନେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୀବନୀ ଉପରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ.