ବେଲଗୁଣ୍ଠାରେ ନବମ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ଆଞ୍ଚଳିକ ସାଧନ କେନ୍ଦ୍ର ଗୁଡିକରେ ସିଆରସିସି ମାନଙ୍କ ତତ୍ତ୍ୱାବଧାନରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏଫ୍ଏଲ୍ଏନ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ନବମ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗାଙ୍ଗପୁର ସିଆରସିସି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ତତ୍ତ୍ୱାବଧାନରେ ବୋରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଅଷ୍ଟମ ମାସିକ କ୍ଳଷ୍ଟର୍ ସ୍ତରୀୟ ବୈଠକକୁ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସ, ଲୋପାମୁଦ୍ରା ରଥ,ଗାୟତ୍ରୀ ମିଶ୍ର ସସ୍ମିତା ରାଣୀ ଦାସ,ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀ, ମନୋଜ ଘଡ଼େଇ ପ୍ରଜ୍ଜ୍ଵଳନ କରି ଶୁଭାରମ୍ଭ କରିଥିଲେ I ଶିକ୍ଷକ ସତ୍ୟନାରାୟଣ ପ୍ରଧାନ ବୈଠକକୁ ସଂଯୋଜନା କରିଥିଲେ I ବୈଠକରେ ପ୍ରଧାନ ଶିକ୍ଷକ ଶିବରାମ ବେହେରା,ଲିଙ୍ଗରାଜ ସେଠୀ, ଶିଶିର କୁମାର ସ୍ୱାଇଁ, ପ୍ରଧାନ ଶିକ୍ଷୟିତ୍ରୀ ସୁଚରିତା ଗୌଡ଼,ଶାନ୍ତିଲତା ବେହେରା,ସହକାରୀ ଶିକ୍ଷକ ମନୋରଞ୍ଜନ ବିଷୋୟୀ,ଦାଶରଥି ସେଠୀ,ଜଗନ୍ନାଥ ପାଇକ,ରାମଚନ୍ଦ୍ର ଗୌଡ଼,ଶରତ ସାହୁ, ଝାପଲ ମାରାଣ୍ଡି, ଶିକ୍ଷୟିତ୍ରୀ ସିପ୍ରାସିନ୍ଧୁ ସ୍ୱାଇଁ,ଆରତୀ ପାତ୍ର,ପୁଷ୍ପାଞ୍ଜଳି ପାଢୀ,ସାନୁଜା ନାୟକ,ସୁନେଲି ସ୍ୱାଇଁ,ମାନସୀ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ବୈଠକରେ ବିଦ୍ୟାଳୟ ମନିଟରିଂ,ମୌଳିକ ସାକ୍ଷରତା ଜ୍ଞାନ ଓ ମୌଳିକ ସଂଖ୍ୟାଜ୍ଞାନ,ଏକାଡେମିକ୍ କ୍ୟାଲେଣ୍ଡର୍ ,ମାନ ନିର୍ଦ୍ଧାରଣ ଟ୍ରାକର୍,ଗଣିତ କଳିକା ବ୍ୟବହାର ସମ୍ପର୍କରେ ଆଲୋଚନା କରାଯାଇଥିଲା I କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ I ବୈଠକକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ ପରିଦର୍ଶନ କରି ଏହାର ସଫଳତା ପାଇଁ ଯତ୍ନବାନ୍ ହେବାକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ I ଗାଙ୍ଗପୁର ସିଆରସିସି ବୈଠକର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ I ସେହିପରି ବ୍ଳକ୍ ର କ୍ଷତ୍ରିୟବରପୁର, ଏନ୍.ପି.ଶାସନ,ଗୋବରା,ନେଟଙ୍ଗା,ବଡ଼ପଡ଼ା,ପାଟୁଳିସାହି, ତନରଡା,ମଙ୍ଗଳପୁର,ଆମ୍ବପୁଆ କ୍ଳଷ୍ଟର୍ ରେ ସିଆରସିସି ଛାୟାକାନ୍ତ ମହାପାତ୍ର,ସୁକାନ୍ତ ନାୟକ ,ହରେକୃଷ୍ଣ ଶତପଥି, ସୁଧୀର କୁମାର ତ୍ରିପାଠି ,ଅନନ୍ତ ସେଠୀ, କାଳୁ ଚରଣ ଗୌଡ଼,ମନୋଜ ପଟ୍ଟନାୟକ,ରଞ୍ଜିତ୍ ସାହୁ,ପ୍ରଶାନ୍ତ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି ନବମ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ