ପ୍ରଜ୍ଞା ନୃତ୍ୟାୟନର ଦ୍ଵିତୀୟ ବାର୍ଷିକୋତ୍ସବ
ବୁଗୁଡ଼ା – ବୁଗୁଡାର ଏକ ଅଗ୍ରଣୀ ନୃତ୍ୟ ଶିକ୍ଷାନୁଷ୍ଠାନ ପ୍ରଜ୍ଞା ନୃତ୍ୟାୟନର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ସମ୍ପାଦିକା ସ୍ଵଂୟପ୍ରଭା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କ।ର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଯୋଗ ଦେଇ ଥିବା ବେଳେ ମୂଖ୍ୟ ବକ୍ତା ଭାବେ ବ୍ରହ୍ମପୁର ସ୍ଥିତ ଲିବର୍ଟି ଅଏଲର ନିର୍ଦ୍ଦେଶକ କାଳୀଚରଣ ସାହୁ ଓ ସମ୍ମାନୀୟ ଅତିଥି ଭାବେ ପଣ୍ଡିତ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଅନନ୍ତ କର ପ୍ରମୂଖ ଯୋଗ ଦେଇଥିଲେ । ଏହି ଅବସରରେ କଣ୍ଠଶିଳ୍ପୀ ତଥା କାଷ୍ଠଶିଳ୍ପୀ ମଧୁମଙ୍ଗଳ ମହାରଣା ଓ ପ୍ରଖ୍ୟାତ ଚିତ୍ରଶିଳ୍ପୀ ସ୍ଥିତଧୀ ରଥ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ପ୍ରଜ୍ଞା ନୃତ୍ୟାୟନର ଛୋଟ ବଡ କଳାକାର ମାନେ ସେମାନଙ୍କ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ । ପ୍ରଜ୍ଞା ନୃତ୍ୟାୟନ ବୁଗୁଡା ଶାଖାର ପରିଚାଳକ ପ୍ରଦୀପ କୁମାର ମହାନ୍ତିଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଜ୍ଞାନେନ୍ଦ୍ର ସାଗର ସଂଯୋଜନା କରିଥିଲେ । ରଙ୍ଗାରଙ୍ଗ ନୃତ୍ୟ କାର୍ୟ୍ୟକ୍ରମକୁ ବହୁ ଦର୍ଶକ ଉପଭୋଗ କରିଥିଲେ ।
Very very NICE programme.