ମହୁଲପଲ୍ଲୀରେ ମା’ କାଳୁଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ନିକଟସ୍ଥ ମହୁଲପଲ୍ଲୀ ଗ୍ରାମରେ ମା’ କାଳୁଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଅଞ୍ଚଳର ବରିଷ୍ଠ ସମାଜସେବୀ ତଥା ପ୍ଳସଷ୍ଟାର୍ ଇଂଞ୍ଜିନିୟରିଂ ଗ୍ରୁପ୍ ର ନିର୍ଦ୍ଦେଶକ ତଥା ବାଲିପଦର ମହୋତ୍ସବ କମିଟିର ସଭାପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମା’ କାଳୁଆ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରି ଯୁବସମାଜ କ୍ରୀଡା ପ୍ରତି ସମୟ ଦେବା ସହ ବିଭିନ୍ନ ଯୋଗ,ଖେଳ ମାଧ୍ୟମରେ ସୁସ୍ଥ ରହି ସମାଜର ଉତ୍ତର ପିଢ଼ିକୁ ମାଗଦର୍ଶନ ଦେବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରିନ୍ସପାଲ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ବୁଗୁଡା ବ୍ଳକର ପୂର୍ବତନ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ସରପଞ୍ଚ ଚୋରିଆ ମଲ୍ଲିକ, କଳମ୍ବ ସରପଞ୍ଚ ପ୍ରଦୀପ କୁମାର ଜେନା, ପୁର୍ବତନ ସରପଞ୍ଚ ପୁର୍ଣ୍ଣ ଚନ୍ଦ୍ର ଜେନା, ସମାଜସେବୀ ପ୍ରଶାନ୍ତ କୁମାର ପାତ୍ର, ସୁଶାନ୍ତ କୁମାର ସ୍ବାଇଁ ପ୍ରମୁଖ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ସଫଳତା କାମନା କରିଥିଲେ। ଦୀର୍ଘ ଦଶଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୨୦ଟି ଦଳ ଭାଗନେଇ ଖେଳିବାର କାର୍ଯ୍ୟକ୍ରମ ରହିଛି। ମା’ କାଳୁଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପକ୍ଷରୁ ସମସ୍ତ ସଦସ୍ଯ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ