ସହରାଞ୍ଚଳ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ, (ଯୁଗାବ୍ଦ ନ୍ୟୁଜ):ମହିଳାଙ୍କ ବିରୁଦ୍ଧରେ ହେଉଥିବା ହିଂସାକୁ ଜାଣିବା, ଏ ଦିଗରେ ଥିବା ଆଇନଗତ ଦିଗ ସମ୍ବନ୍ଧରେ ସେମାନଙ୍କୁ ସଚେତନ କରାଇବା ଓ ଆଇନଗତ ସହାୟତା ଯୋଗାଇ ଦେଇ ସେମାନଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଜି କଟକ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହଠାରେ ସହରାଞ୍ଚଳ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କଟକ ମହାନଗର ନିଗମ ମେୟର ସୁବାସ ଚନ୍ଦ୍ର ସିଂହ ମହିଳାମାନଙ୍କ ମୌଳିକ ଅଧିକାରର ସୁରକ୍ଷା ଲାଗି ଆଇନଗତ ଢାଞ୍ଚାକୁ ସୁଦୃଢ କରିବା ଓ ନ୍ୟାୟ ବ୍ୟବସ୍ଥାକୁ ବ୍ୟାପକ ତଥା ସହଜଲଭ୍ୟ କରିବା ଉପରେ ଗୁରୁତ୍ଵ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଡଃ ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହିଳାମାନେ ବିଭିନ୍ନ ଆଇନଗତ ଦିଗ ବିଷୟରେ କିପରି ଜାଣିପାରିବେ ଓ ଆବଶ୍ୟକସ୍ଥଳେ ଏହାର ଉପଯୋଗ କରିପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଓଡିଶା ରାଜ୍ୟ ମହିଳା କମିଶନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଆଇନ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ପରିଡା କାର୍ଯ୍ୟକ୍ରମର ଗୁରୁତ୍ବ ଉପରେ ଆଲୋଚନା କରିଥିଲେ I ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଶୁଭ୍ରା ଦାଶ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ସଂଶାଧନ ସଭ୍ଯ କଳ୍ପନା ମହାପାତ୍ର ଲିଙ୍ଗଗତ ଭେଦଭାବ, ମାନସିକ ଓ ଆର୍ଥିକ ହିଂସା ଏବଂ ଏହାର ପ୍ରକାର ଭେଦ ଉପରେ ଆଲୋଚନା କରିଥିବାବେଳେ ସଂଶାଧନ ସଭ୍ଯ ଶ୍ରୀ ବିଜୟ କୁମାର ପଣ୍ଡା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଗୁରୁତ୍ବ, ମହିଳା ହେଲ୍ପ ଲାଇନ ନମ୍ବର ଓ ଭରଣ ପୋଷଣ ଆଇନ, ସମେତ ଅନ୍ୟାନ୍ୟ ଆଇନ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଅଙ୍ଗନବାଡି ଦିଦି, ଆଶା କର୍ମୀ, କଲେଜ ଛାତ୍ରୀ, ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ। ସମନ୍ଵିତ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ସସ୍ମିତା ମହାନ୍ତି, ସ୍ଥାନୀୟ ଅଭିଯୋଗ କମିଟିର ଅଧ୍ୟକ୍ଷ ମିନାକ୍ଷୀ ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ଯାଳୟର Actionaid ଜିଲ୍ଲା ସଞ୍ଜୋଜିକା ଶ୍ରୀମତୀ ନିବେଦିତI ପାଣିଗ୍ରାହୀ, ଜିଲ୍ଲା ସଂଯୋଜକ ପୋଷଣ ଶ୍ରୀକାନ୍ତ ଜେନାଙ୍କ ସମେତ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ଯIଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଉପସ୍ଥିତ ଥିଲେ I ସଭା ଶେଷରେ ପ୍ରୋଗ୍ରାମ ଅଫିସର ସ୍ବର୍ଣ୍ଣମୟୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ