ଭାବରେ ଲାଭ
ଆଖିର ଭାଷାକୁ
ବୁଝି ପାରୁ ନାହିଁ
ପାଟିଖୋଲି ପ୍ରଭୁ କୁହ,
ତଥାପି ସେ ଭାଷା
ଅବୁଝା ହୋଇଲେ
ଶ୍ରୀଅଙ୍ଗରେ ଲେଖିଦିଅ ।
ଶ୍ରୀଅଙ୍ଗେ ସୁନ୍ଦର
ତୁଳସୀର ମାଳ
କର୍ପୁର ଘୋରା ଚନ୍ଦନ,
ତୁଳସୀ ପତ୍ରରେ
ଚନ୍ଦନରେ ଲେଖ
ପଢିଲେ ବୁଝିବ ମନ ।
ବେଶ ବଦଳିଲେ
ଶ୍ରୀଗୀତଗୋବିନ୍ଦ
ଖଣ୍ଡପାଟୁଆକୁ ଦେବ,
ତୁମ ନାମ ପ୍ରେମ
ପଢିବା ବୁଝିବା
ସହଜ ସରଳ ହେବ ।
ପଢି ବୁଝି ଅର୍ଥ
ଭାବ ନ ଆସିଲେ
ଜୀବନ ବିଅର୍ଥ ହେବ,
ଭାବର ଠାକୁର
ଭାବ ଭରିଦେବ
କୋଉଥିରେ ନାହିଁ ଲାଭ ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ