ଓଡିଶା ଆଦର୍ଶ ବିଦ୍ୟାଳୟ ପରୀକ୍ଷା ରେ ବ୍ଲକଟପର ହେଲେ ରଜତରାଜ

ନିମାପଡ଼ା,(ସନ୍ତୋଷ କୁମାର ଦାଶ), ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଧିନସ୍ଥ ଅଶିଜଙ୍ଗା ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ର ରଜତରାଜ ବେହେରା ଓଡିଶା ଆଦର୍ଶ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ନିମନ୍ତେ ଅନୁଷ୍ଠିତ ପରୀକ୍ଷାରେ ସର୍ବାଧିକ ୫୨ ନମ୍ବର ରଖି କାକଟପୁର ବ୍ଲକରେ ଟପର ହୋଇଛନ୍ତି ।ରଜତ ଉକ୍ତ ଗ୍ରାମ ର ରୋଜାଲିନ ବେହେରା ଓ ନୃସିଂହ ବେହେରା ଙ୍କ ପୁଅ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସ୍ବର୍ଗତ ମାଧବା ନନ୍ଦ ବେହେରା ଙ୍କ ନାତି ଅଟନ୍ତି।ଏହି କୃତକାର୍ଯ୍ୟ ପାଇଁ ସେ ପ୍ରଥମେ ,ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ , ଜେଜେମା ଓ ପିତା ମାତାଙ୍କୁ ଶ୍ରେୟ ଦେଇଛନ୍ତି। ତାଙ୍କର ଏହି କୃତିତ୍ୱ ପାଇଁ ତାଙ୍କୁ ବିଭିନ୍ନ ମହଲ ରୁ ପ୍ରଶଂସା ର ସୁଅ ଛୁଟୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ