ପ୍ରାଚୀ ପରିକ୍ରମା ପଦଯାତ୍ରୀ ଙ୍କୁ ଚାରିଛକ ଠାରେ ସ୍ବାଗତ ସମ୍ବର୍ଧନା
ନିମାପଡ଼ା,(ସନ୍ତୋଷ ଦାଶ) ଆଜି ପୁରୀ ଜିଲ୍ଲା ର ଚାରିଛକ ଠାରେ ପ୍ରାଚୀ ପରିକ୍ରମା ପଦଯାତ୍ରୀ ସାଧୁସନ୍ଥ ମାନଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଙ୍କ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଏହି ପଦଯାତ୍ରା ରେ ସ୍ଵାମୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ସହିତ ସ୍ଵାମୀ ସୁଧାନନ୍ଦ ଗିରି, ମହତ ଚିନ୍ତାମଣୀ ପର୍ବତ ମହାରାଜ, ବାବା ଦାମୋଦର ଦାସ, ମହନ୍ତ ରାମକୃଷ୍ଣ ଦାସ, ବାବା ରାମ ଦାସ,ମହନ୍ତ ବିବ୍ୟକୃଷ୍ଣ ଦାସ, ବାବା ସତ୍ୟାନନ୍ଦ ଦାସ,ବାବା ରାଜକିଶୋର ଦାସ, ବାବା ଯୋଗେନ୍ଦ୍ର ଦାସ, କର୍ମକାଣ୍ଡ ବିଶାରଦ ପଣ୍ଡିତ ଚିତ୍ତ ରଂଜନ ମିଶ୍ରଙ୍କ ସହିତ ବିଦେଶର ବହୁ ସାଧୁସନ୍ଥ, ସନ୍ୟାସୀ ଭାଗ ନେଇଛନ୍ତି। ଏହି ପଦଯାତ୍ରୀ ମାନଙ୍କୁ ତୁଳସୀପୁର ବାବା ବାସୁଦେବ ସଙ୍କୀର୍ତ୍ତନ ମଣ୍ଡଳୀ ଅମରେଶ୍ୱର ଶମ୍ଭୁ ପୀଠ ଠାରୁ ଚାରିଛକ ପର୍ଯ୍ୟନ୍ତ ପାଛୋଟି ନେଇ ଥିଲେ। ଚାରିଛକ ଠାରେ ସାଧୁ ସନ୍ଥ ମାନେ ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ଚାରିଛକ ସାମ୍ବାଦିକ ସଂଘର ଉପଦେଷ୍ଟା ପ୍ରଫେସର ଗୋପୀନାଥ କର, ଡଃ ସନ୍ତୋଷ କୁମାର ମିତ୍ର,ସଭାପତି ପ୍ରଫୁଲ୍ଲ କୁମାର କର, ସଂପାଦକ ବସନ୍ତ କୁମାର ଦାସ, ନିଆଳୀ ବ୍ଲକ ପୁର୍ବତନ ଅଧ୍ୟକ୍ଷ ସମାଜସେବୀ ନ୍ୟାୟବ୍ରତ ରାଉତ, ଚାରିଛକ ଅନ୍ନପୂର୍ଣା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମନସ୍ବିନୀ ଲେଙ୍କା, ବିବେକାନନ୍ଦ ଶିକ୍ଷାକେନ୍ଦ୍ର ସଂପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ, ସମାଜସେବୀ ସନାତନ ପାତ୍ର, ସି ପି ଆଇ ନେତା କୃଷ୍ଣଚନ୍ଦ୍ର ରାଉତ, ବାହ୍ନୁ ଚରଣ ବେହେରା, ବି ଅରକ୍ଷୀତ ଭୋଇ, ଶିଶିର କୁମାର ନାୟକ, ନୂଆ ଗାଁ ମଠାଧିଶ ଗଣେଶ ବାବା, ଏକାନ୍ତ ଆଶ୍ରମ ର ନନ୍ଦ ବାବା, ସାମ୍ବାଦିକ ପ୍ରଫୁଲ୍ଲ ସାହୁ, ପ୍ରଶାନ୍ତ ସାହୁ, ବସନ୍ତ କୁମାର ମଲ୍ଲଙ୍କ ସମେତ ବହୁ ଶ୍ରଦ୍ଧାଳୁ ଓ ପ୍ରାଚୀ ପ୍ରେମୀ ପଦଯାତ୍ରୀ ସାଧୁସନ୍ଥ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହା ପରେ ପଦଯାତ୍ରୀ ମାନେ ଶଙ୍ଖପଡ଼ା ଦେଇ ଦେଉଳିଧରପୁର ର
ଶ୍ରୀ ବୁଦ୍ଧିକେଶ୍ଵର ମନ୍ଦିର କୁ ଗସ୍ତ କରିଥିଲେ।୨୪ ତାରିଖ ଦିନ ଏହି ପଦଯାତ୍ରା ଉଦଯାପନ ହେବାର କାର୍ଯ୍ୟକ୍ରମ ରହିଛି।