କଣାସ ବ୍ଲକ୍ ରେ ଯୋଗଦେଲେ ନୂତନ ଵିଡିଓ
କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ):କଣାସ ବ୍ଲକ୍ ରେ ନୂତନ ଵିଡିଓ ସୌମ୍ୟ ରଂଜନ ସ୍ଵାଇଁ ଯୋଗ ଦେଇଛନ୍ତି। ତାଙ୍କ ପୂର୍ବରୁ ନାରାୟଣ ସାହୁ ଏଠାରେ ଵିଡିଓ ଭାବରେ କାର୍ଯ୍ୟରତ ଥିଲେ। ତାଙ୍କ ର ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ କୁ ବଦଳି ହୋଇଯିଇଆଛି ।ଶ୍ରୀ ସ୍ବାଇଁ ପୂର୍ଵ ରୁ ସୋନପୁର ବ୍ଲକ ର ଵିଡିଓ ଭାବରେ କାର୍ଯ୍ୟରତ ଥିଲେ। ସେ କଣାସ ବ୍ଲକ୍ କାର୍ଯ୍ୟାଳୟରେ ପହଁଚି ବିଧିବଦ୍ଧ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କୁ ବ୍ଲକ ର ସମସ୍ତ କର୍ମଚାରୀ ,ସରପଂଚ ଓ ସମିତି ସଭ୍ୟମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ ଜଣାଇଥିଲେ। ବ୍ଲକ୍ କାର୍ଯ୍ୟାଳୟ ରେ ଯୋଗଦାନ କରିବା ପରେ ସେ କହିଛନ୍ତି ସରକାର ଙ୍କ ବିଭିନ୍ନ ଜନହିତକରୀ ଯୋଜନା ପ୍ରକୃତ ହିତାଧିକାରୀ ଙ୍କ ପାଖରେ ପହଞ୍ଚାଇବା କୁ ଗୁରୁତ୍ବ ଦେବେ।


